ବ୍ରହ୍ମପୁର,୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ରବିବାର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେଶନ ନିକଟ ନେହେରୁ ପାର୍କ କଡ଼ରୁ ୩ ଯୁବକଙ୍କୁ ଅଟକାଇ ସେମାନଙ୍କ ନିକଟରେ ଥିବା ଏୟାର ବ୍ୟାଗଗୁଡ଼ିକ ଯାଞ୍ଚ ବେଳେ ସେଥିରୁ ୧୧୦କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଯୁବକମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କିଡାସିଂ ଗ୍ରାମର ରାମଚନ୍ଦ୍ର ଗୌଡ଼ (୨୮), ଶ୍ରୀଶାନ୍ତ ଗୌଡ଼(୨୪) ଓ ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅଞ୍ଚଳର କକୁଳୁ ନାୟକ(୨୪)। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ବାଇକ ଓ ତିନୋଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇ, ବାଇକ୍ର ମୂଲ୍ୟ ୧୩ ଲକ୍ଷ ହେବ ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମପୁର ରେଳଷ୍ଟେଶନକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବିଭଗୀୟ ଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ହୋଇଥିଲା। ଉପଅଧୀକ୍ଷକ କୁମୁଦ ରଞ୍ଜନ କହଁର, ଇନ୍ସପେକ୍ଟର ମନୀଷା ଭୋଳ, ବି.ମନୋଜ କୁମାର, ଏସ୍ଆଇ ଏଭୁବନି ବେହେରା, କନଷ୍ଟେବଳ ଡି. ହରିବନ୍ଧୁ, ସୁଧାକର ଶବର, କୃଷ୍ଣ ଗୌଡ଼, ଅନିଲ ବେହେରା, କେ . ଗୋପାଳ ରେଡ୍ଡୀ, ସୌମ୍ୟ ରଞ୍ଜନ ଜେନା ପ୍ରମୁଖ ଉକ୍ତ ଚଢ଼ାଉରେ ସାମିଲ ଥିଲେ।