ଅଟୋ, ବାଇକ୍‌ରୁ ଗଞ୍ଜେଇ ଜବତ

ସୋରଡ଼ା,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ମୋହନା ରାସ୍ତାରେ ବୁଧବାର ସକାଳେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ମୋହନା ଆଡୁ ଆସୁଥିବା ଅଟୋ ଓଆର ୮୮୫୪ ଏବଂ ଏକ ବାଇକ୍‌ ଓଆର ୦୭ ଜେ ୧୩୦୩କୁ ଅଟକା ଯାଇଥିଲା। ତେବେ ଏହି ଅଟୋରୁ ୬ ଟି ବସ୍ତାରେ ଥିବା ୧୫୦ କେଜି ଗଞ୍ଜେଇ ମିଳିଥିଲା। ପୋଲିସ ଅଟୋ ଏବଂ ବାଇକ୍‌ ଜବତ କରିଥିବାବେଳେ ୫ ଜଣଙ୍କୁ ଗିରଫ କରିଥିବା ବଡ଼ଗଡ଼ ଆଇଆଇସି ସୂରଜ ଝଙ୍କାର ଅପରାହ୍ନରେ ଥାନା ପରିସରରେ ଆୟୋଜିତ ଖବରଦାତା ସମିଳନୀରେ ସୂଚନା ଦେଇଛନ୍ତି। ଗିରଫମାନେ ହେଲେ ଗଜପତି ଜିଲା ମୋହନାର କାର୍ତ୍ତିକ ଶବର, ମନୋଜ ଶବର, ଯାକବ ଶବର,ଅଜୟ ରଇତ ଓ ସାନଖଣି ଗ୍ରାମର ସୁଦର୍ଶନ ନାୟକ।