ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ: ହୋମଗାର୍ଡଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା

କୋରୁକୋଣ୍ଡା,୬।୯(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀ ଜଣେ ପୋଲିସ ହୋମଗାର୍ଡ ବନବାସୀ ମହାରଣାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଶନିବାର ସକାଳ ଜିଲା ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡା ଜଙ୍ଗଲରେ କିଛି ଗଞ୍ଜେଇ ଚାଲାଣକାରୀ କାଉଡି ଯୋଗେ ଗଞ୍ଜେଇ ନେଉଥିବା ବେଳେ ପୋଲିସ କର୍ମଚାରୀଙ୍କ ସହ ମୁହାଁମହିଁ ହୋଇଥିଲା। ପରେ ଗଞ୍ଜେଇ ଚାଲାଣକାରୀମାନେ ହୋମଗାର୍ଡଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ ହୋମଗାର୍ଡ ବନବାସୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।