ପରିବା ଭିତରେ ଗଞ୍ଜେଇ ଚାଲାଣ

ରାଜଗାଙ୍ଗପୁର, ୨।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା ମଙ୍ଗଳବାର ପରିବା ଭିତରେ ଗଞ୍ଜେଇ ଚାଲାଣ ଘଟଣା ଧରାପଡ଼ିଛି। ପୋଲିସ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ୧୦ନଂ. ରାଜ୍ୟ ରାଜପଥର ରାଜଗାଙ୍ଗପୁର ବାଇପାସ୍‌ ଛକ ଜାମପାଲି ନିକଟରେ ଗାଡ଼ି ଯାଞ୍ଚ କରିଥିଲା। ଏକ ପିକ୍‌ଅପ ଭ୍ୟାନ ଓ ମାରୁତି କାର ଯାଞ୍ଚ ବେଳେ ଏଥିରେ ପରିବା ଯଥା ଗାଜର ଓ ମୋଟର ଆବରଣ ହୋଇ ଭିତରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ପୋଲିସ ଗଞ୍ଜେଇ ଜବତ କରିଥିଲା। ଯାହାର ଓଜନ ୪୧୬ କିଲୋ ୩୦୦ ଗ୍ରାମ ଓ ଆନୁମାନିକ ମୂଲ୍ୟ ୫୦ ଲକ୍ଷ। ଏହି ଗଞ୍ଜେଇ ଓଡ଼ିଶାରୁ ଉତ୍ତର ପ୍ରଦେଶ ଯାଉଥିଲା। ଘଟଣାରେ ସମ୍ପୃକ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଉତ୍ତର ପ୍ରଦେଶର। ୨ଟି ଗାଡ଼ି ସହ ଅଭିଯୁକ୍ତମାନଙ୍କଠାରୁ ୬ଟି ମୋବାଇଲ ଫୋନ, ୭୪୦୦ ଟଙ୍କା, ଏଟିଏମ୍‌ କାର୍ଡ, ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଜବତ କରାଯାଇଛି।

Share