୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି। ସ୍ଥାନୀୟ ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ କ୍ରମେ ଏହି କାର୍ଯ୍ୟ ହୋଇଥିଲା।

ସଂରକ୍ଷିତ ଜଙ୍ଗଲ ଉପରେ ବେଆଇନ ଭାବେ ମୋହନା ଥାନାର ନାରଙ୍ଗି ଗ୍ରାମର ୧୧୨ ଏକର ଜିମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ଗୂଇମେରା ଗ୍ରାମର ୬୯ ଏକର, ଅଡବା ଥାନା ଅଧୀନ ରେନୁ ଗ୍ରାମରେ ୧୦୧.୩୧ ଏକର, ଆର.ଉଦୟଗିରି ଥାନା ପଟେଇପଦରରେ ୭୦ ଏକର, ତିଲିକର ୬୬ ଏକର ଓ ମୋହନା ଥାନାର ଗୁଇମେରା ଗ୍ରାମର ୬୯ ଏକରରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଛି। ଚଢାଉ ବେଳେ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଉପସ୍ଥିତ ଥିଲେ। ବେଆଇନ ଗଞ୍ଜେଇ ଚାଷ ନେଇ ବିଭିନ୍ନ ଥାନାରେ ରୁଜୁ ହୋଇଛି। ହେଲେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ।

Share