ଲୁଣରେ ଲୁଚାଇ ନେଉଥିଲେ ଗଞ୍ଜେଇ

ଚିତ୍ରକୋଣ୍ଡା,୧୬ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ ରାୟପୁରକୁ ଏକ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଧରାପଡିଛି।

ବୁଧବାର ରାତିରେ ପାଟ୍ରୋଲିଂ ବେଳେ ରାଜଲକୋଣ୍ଡା ଛକଠାରେ ପୋଲିସ ଏକ ଟ୍ରକକୁ(ନଂ.ଓଡ଼ି ୦୭ ଏଲ୍‌-୯୧୭୪) ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକ୍‌ରେ ଲୁଣବସ୍ତା ବୋଝେଇ ହୋଇଥିବା ବେଳେ ୨୧ଟି ଅଖାରୁ ଗଞ୍ଜେଇ ମିଳିଥିଲା l ପୋଲିସ ଏହାକୁ ଜବତ କରି ଜଣକୁ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ କରଡ଼ାକଣା ଗ୍ରାମର ମିଥୁନ ପାଣିଗ୍ରାହୀ। ଜବତ ଗଞ୍ଜେଇର ପରିମାଣ ୫୨୩ କେଜି ୪୪୦ ଗ୍ରାମ ବୋଲି ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ କହିଛନ୍ତି।