ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

ବାଲିଗୁଡା,୧୪।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ଏଥିସହ ଅବକାରୀ ବିଭାଗ ଏକ କାର(ନଂ.ଏମ୍‌ପି୧୯-ଜେଡଡି୨୭୧୫) ଜବତ କରିଛି।

ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢାଉ ବେଳେ କର୍ମଚାରୀମାନେ କାରକୁ ପିଛା କରି ଲଣ୍ଡାଗାଁ ଛକରେ ଧରିଥିଲେ।
ଗାଡି ଯାଞ୍ଚ ବେଳେ କାର୍‌ ଭିତରୁ ୫୦କେଜି ଗଞ୍ଜେଇ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ସୋନି(୩୨)। ତାଙ୍କ ଘର ଛତିଶଗଡ଼ ରାଜ୍ୟର ବିଳାସପୁର ଅଞ୍ଚଳରେ। ରବି ରାଜ ସିଂ (୨୪) ଘର ମଧ୍ୟପ୍ରଦେଶ ସନ୍ତା ଜିଲାର ମାଧାଗ୍ରାମ ଓ ସନ୍ଦୀପ ସିଂ ବେଘାଲ ମଧ୍ୟପ୍ରଦେଶ ସନ୍ତା ଜିଲାର ଶୁକ୍ଲ ବର୍ଘାଧ ଗ୍ରାମର ବୋଲି ଜଣାପଡ଼ିଛି ।

ବାଲିଗୁଡା ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୁମିତ୍ରା ଦଳେଇ ସୂଚନା ଦେଇଛନ୍ତି । କନ୍ଧମାଳ ଅବକାରୀ ବିଭାଗ ଏସ୍‌ପି ଝସକେତନ ବାରିଆଙ୍କ ନିର୍ଦ୍ଦେଶରେ ବାଲିଗୁଡା ଅବକାରୀ ବିଭାଗର ଏଏସ୍‌ଆଇ ଜିମୁତା ବେହେରା ଦଳେଇ, ଏଏସ୍‌ଆଇ ରାଧାକୃଷ୍ଣ ସାହୁ, ଏଏସ୍‌ଆଇ ପ୍ରଦୀପ କୁମାର ମଳିକ ଏବଂ କନେଷ୍ଟବଳ ଜ୍ଞାନ ପ୍ରସାଦ ସାହୁ ଓ ସଂଜୀବ ଭୁକ୍ତା ପ୍ରମୁଖ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ...

ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri