୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ ଗିରଫ

କୋରାପୁଟ,୧୧ା୯(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଆନ୍ଧ୍ର ସୀମାବର୍ତ୍ତୀ ଜଲାପୁଟ ଅଞ୍ଚଳରୁ ୨ଟି ବୋଲେରୋରେ ଆନ୍ଧ୍ରରୁ ହାଇଦ୍ରାବାଦକୁ ଚୋରା ଚାଲାଣବେଳେ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଏଥିସହ ଏହି ମାମଲାରେ ଜଡ଼ିତ ୪ଅଭିଯୁକ୍ତଙ୍କୁ ରବିବାର ଭୋର୍‌ରୁ ମାଛକୁଣ୍ଡ ପୋଲିସ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ପୋଲିସ ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ, ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇ ମାଛକୁଣ୍ଡ ପୋଲିସ ଏକ ସ୍ବତନ୍ତ୍ର  ଟିମ୍‌ ଗଠନ କରି ଜଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସୁରମି ଛକ ନିକଟରେ ଦ୍ରୁତଗତିରେ ଯାଉଥିବା ଦୁଇଟି ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ପ୍ରାୟ ୨ ଶହ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି। ଏପି ୨୯ ବିଏଲ ୦୦୬୯ ଓ ଏପି ୧୩ପି ୨୮୩୫ ନାମକ ଦୁଇଟି ବୋଲେରୋକୁ ଜବତ କରିବା ସହ ୪୦୦ ଗ୍ରାମ୍‌ ଲେଖାଏ ଛୋଟ ଛୋଟ ଗଞ୍ଜେଇ ପ୍ୟାକେଟ୍‌ମାନ କରି ହାଇଦ୍ରାବାଦ ଚାଲାଣ କରାଯାଉଥିବା ମୋଟ୍‌ ୨ ଶହ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସାମିଲ ଥିବା ଦାଣ୍ଡ କେଲପା, ଶିଶଓ୍ବେର ଆଦି, ଓ୍ବେଭାନ ରାଓ ଏବଂ ମାରୁତି ଚୌହାନ ନାମକ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ୪ ଜଣ କର୍ନାଟକର ବିଧାର ଜିଲାର ବୋଲି ଜେରା ବେଳେ ପୋଲିସ କହିଛି। ଏନେଇ ମାଛକୁଣ୍ଡ ପୋଲିସ ଥାନାରେ ୯୯/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦେଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍‌ସୋ ଅଦାଲତ...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ, ବ୍ୟାପକ ଜଙ୍ଗଲ ନଷ୍ଟ, ଆୟତ୍ତ କଲେ ଅଗ୍ନିଶମ ବାହିନୀ-ଯୁବକ ସଙ୍ଘ

କୋକସରା,୧୦।୪, (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image