ପୁଣି ଦୀପିକାଙ୍କ ଜଲଓ୍ବା

ଫ୍ରାନ୍ସରେ ଚାଲିଥିବା ଫିଲ୍ମର ସବୁଠୁ ବଡ ଇଭେଣ୍ଟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁଣି ଜଲଓ୍ବା ଦେଖାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। କଳା ଗାଉନରେ ରେଡ୍‌ କାର୍ପେଟରେ ଏଣ୍ଟ୍ରି କରିଥିଲେ ସେ। ଦୀପିକାଙ୍କ ସୁନ୍ଦର ଅନ୍ଦାଜ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତେବେ ତାଙ୍କ ଲୁକ୍ର ସବୁଠାରୁ ବଡ ହାଇଲାଇଟ୍ସ ଥିଲା ଅଲ୍ଟ୍ରା ବୋଲ୍ଡ ମେକଅପ। ହେଭି ମେକଅପ୍‌ରେ ମଧ୍ୟ ନଜର ଆସିଥିଲେ ଦୀପିକା। ଡ୍ରାମାଟିକ ସ୍ମୋକି ଆଇଲାଇନର୍‌ ସାଙ୍ଗକୁ ହେଭି ଇୟରିଂ ପିନ୍ଧି ସେ ନିଜ ଲୁକ୍‌କୁ କମ୍ଲିଟ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ହେୟାର ଷ୍ଟାଇଲ ମଧ୍ୟ ଥିଲା ବେଶ ନିଆରା। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ପ୍ରଥମ ଦିନରୁ ଦୀପିକା ନିଜ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଆସିୁଛନ୍ତି।
ଦୀପିକା ପାଦୁକୋନ ଗତ ଅନେକ ବର୍ଷ ହେଲା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେଇ ଆସୁଛନ୍ତି। ଚଳିତ ଥର ଦୀପିକା ପ୍ରଥମ କରି ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଛନ୍ତି। ଚଳିତ ଥର ଦୀପିକା ଜଣାଶୁଣା ମେକଅପ ବ୍ରାଣ୍ଡ ଲରିଆଲ୍‌ର ପ୍ରମୋଶନ କରୁଛନ୍ତି।
ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଦର୍ଶକଙ୍କ ସମେତ ସେଲେବ୍ରିଟିମାନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି। ଏହି ଫେଷ୍ଟିଭାଲ ପାଇଁ ବଲିଉଡରେ ଅନେକ ନାମିଦାମୀ ଷ୍ଟାର୍‌ ଫ୍ରେଞ୍ଚ ରିଭେରା ପହଞ୍ଚି ସାରିଲେଣି। ଏହି ଫେଷ୍ଟିଭାଲ ମେ’ ୨୮ ପର୍ଯ୍ୟନ୍ତ ଚାଲିବ। ନିକଟରେ ଉର୍ବଶୀ ରଉତେଲା, ଐଶ୍ୱର୍ଯ୍ୟା ରାୟ, ହିନା ଖାନ୍‌, ତମନ୍ନା ଭାଟିଆ, ଆର୍‌ ମାଧବନ, ନୱାଜଉଦ୍ଦିନ ସିଦ୍ଦିକି ପ୍ରମୁଖଙ୍କୁ କାନ୍ସ ରେଡ କାର୍ପେଟ୍‌ରେ ଦେଖିବାକୁ ମିଳିଥିଲା।

Share