ରେଡ ଲିପଷ୍ଟିକ, ସିଲଭର ହୁଡି ଗାଉନରେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକ ଭାଇରାଲ

ମୁମ୍ବାଇ: କାନ୍ସ ୨୦୨୩ରେ ବଲିଉଡ ନାୟିକାମାନେ ଗ୍ଲାମରର ତଡକା ଲଗାଉଥିବା ଦେଖାଯାଇଛି। ବି-ଟାଉନର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କାନ୍ସ ଲୁକରେ ପ୍ରଶଂସକଙ୍କୁ ଫିଦା କରିଛନ୍ତି।
କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୬ ତମ ଏଡିସନ ପାଇଁ ଐଶ୍ୱର୍ଯ୍ୟା ଏକ ଖାସ ଲୁକ ବାଛିଛନ୍ତି। ସେ କାନ୍ସର ରେଡ କାର୍ପେଟରେ ଏଲିଗେଣ୍ଟ ଲଙ୍ଗ ଟ୍ରେଲ ବାଲା ବଡ ହୁଡି ସହ ସିଲଭର ଓ ବ୍ଲାକ ଗାଉନକୁ କ୍ୟାରି କରିଛନ୍ତି।
ଐଶ୍ୱର୍ଯ୍ୟାଙ୍କ କ୍ୟାନୋପି ଲୁକ ଖୁବ ଆଟ୍ରାକଟିଭ ଲାଗୁଛି। ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ଇଭେଣ୍ଟ ପାଇଁ ଐଶଙ୍କ ବ୍ଲାକ ଆଣ୍ଡ ସିଲଭର ଲୁକ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି।
ଐଶ୍ୱର୍ଯ୍ୟା ବ୍ଲାକ ଆଣ୍ଡ ସିଲଭର ଗାଉନ ସହ ବୋଲ୍ଡ ରେଡ ଲିପଷ୍ଟିକ ଲଗାଇ କାନ୍ସ ରେଡ କାର୍ପେଟରେ ଯେତେବେଳେ ଆସିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଖୁବ ଆଟ୍ରାକଟିଭ ଲାଗୁଥିଲେ ଏହି ବଲିଉଡ ନାୟିକା।
ପିଙ୍କଭିଲାର ରିପୋର୍ଟ ଅନୁଯାୟୀ, ଐଶ୍ୱର୍ଯ୍ୟା କାନ୍ସ ରେଡ କାର୍ପେଟରେ ସୋଫି କାଁଉଚରଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଆଉଟଫିଟ ପିନ୍ଧିଥିଲେ।

Share