କାନ୍ସ ରେଡ କାର୍ପେଟରେ ଏଥର ଆସିବେ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ ମଧ୍ୟରୁ ଗୋଟିଏ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ମେ’ ୧୬, ୨୦୨୩ରେ ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ସାରା ବିଶ୍ୱରୁ ବହୁ କଳାକାର ଏଥିରେ ଯୋଗଦେବେ। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଦୀପିକା ପାଦୁକୋନ ବଲିଉଡକୁ ଗୌରାବାନ୍ବିତ କରୁଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ଅନୁଷ୍କା ଶର୍ମା ଓ ମାନୁଷି ଚ୍ଛିଲ୍ଲରଙ୍କ ନାମ।

ଫ୍ରେଞ୍ଚ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ମହିଳା ଏବଂ ପୁରୁଷଙ୍କ ପାଇଁ ଏକ ଡ୍ରେସ କୋଡ ସ୍ଥିର କରାଯାଇଛି, ଯାହାକୁ ସମସ୍ତ ଲୋକଙ୍କୁ କଡାକଡି ପାଳନ କରିବାକୁ ପଡିବ। ମହିଳାମାନେ କକଟେଲ ପୋଷାକ ପିନ୍ଧିପାରିବେ। ବ୍ଲାକ ଟପ, ବ୍ଲାକ ଟ୍ରାଉଜର ଏବଂ ଡାର୍କ ଟ୍ରାଉଜର କିମ୍ବା ଅନ୍ୟ ଫର୍ମାଲ ଡ୍ରେସର ଏକ ବିକଳ୍ପ ମଧ୍ୟ ଅଛି । ସେମିତିି ଉତ୍ସବରେ ଯୋଗଦେଉଥିବା ପୁରୁଷମାନଙ୍କୁ ଡିନର ଜ୍ୟାକେଟ କିମ୍ବା ସୁଟ ପିନ୍ଧିବାକୁ ପଡିବ। ଏହା ବ୍ୟତୀତ ପୋଷାକ ସହିତଏଲିଗେଣ୍ଟ ସୁଜ ପିନ୍ଧିବା ଆବଶ୍ୟକ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ସେଲିବ୍ରିଟିଙ୍କ ବ୍ୟତୀତ ସାମ୍ବାଦିକ ଏବଂ ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ୫ ଲକ୍ଷରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକେଟ କିଣିବାକୁ ପଡିବ। କାନ୍ସ ୱେବସାଇଟ ଭିଜିଟ କରି ଅନଲାଇନରେ ଟିକେଟ ବୁକ କରାଯାଇପାରିବ ।

ଏଥର ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଅବସରରେ, ବିଶ୍ୱର ବିଭିନ୍ନ ସେଲିବ୍ରିଟି ରେଡ କାର୍ପେଟରେ ନିଜର ଜଲଓ୍ବା ଦେଖାଇବେ।।

Share