କାନ୍ସରେ ଦୀପିକା: ପ୍ରଶଂସକ କହିଲେ, ତୁମ ପାଇଁ ଆମେ ଗର୍ବିତ

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଜ୍‌ ଭାବରେ ନଜର ଆସିବେ। ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଫ୍ରେଞ୍ଚ ରିଭିଏରାରେ ପହଞ୍ଚିଛନ୍ତି। ସେଠାରୁ ତାଙ୍କ ପ୍ରଥମ ଫଟୋ ଭାଇରାଲ ହୋଇଛି। ଦୀପିକା କାନ୍ସ ଫେଷ୍ଟିଭାଲର ଅନ୍ୟ ଜଜ୍‌ଙ୍କ ସହିତ ରାତ୍ରୀ ଭୋଜନ କରିଛନ୍ତି। ପରେ ସମସ୍ତଙ୍କ ସହ ଏକ ବାଲକୋନୀରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଦୀପିକାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ #DeepikaAtCannes ଟୁଇଟର୍‌ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ପ୍ରଶଂସକମାନେ ଦୀପିକାଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତୁମ ପାଇଁ ଆମେ ଗର୍ବିତ।
କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଭିନ୍ସେଣ୍ଟ ଲିଣ୍ଡନଙ୍କୁ ଜଜ୍‌ ସଭାପତି କରାଯାଇଛି। ଦୀପିକାଙ୍କ ବ୍ୟତୀତ ବ୍ରିଟିଶ ତାରକା ରେବେକା ହଲ, ନରୱେ ଫିଲ୍ମ ନିର୍ମାତା ଜୋଚିମ ଟ୍ରାୟର୍‌, ଆମେରିକୀୟ ନିର୍ଦ୍ଦେଶକ ଜେଫ ନିକୋଲସ, ସ୍ବିଡେନ ଷ୍ଟାର୍‌ ନୋମି ରାପାସ, ଇରାନର ନିର୍ଦ୍ଦେଶକ ଅସଗର ଫରହାଦି, ଇଟାଲୀୟ ନିର୍ଦ୍ଦେଶକ ତଥା ଅଭିନେତା ଜସ୍ମିନ ଟ୍ରିଙ୍କା ଏବଂ ଫ୍ରାନ୍ସର ଫିଲ୍ମ ନିର୍ମାତା ଲେଜ ଲି କାନ୍ସ ଉତ୍ସବରେ ଜଜ୍‌ ହୋଇଛନ୍ତି।

Share