ସ୍ତ୍ରୀଙ୍କୁ ମାରିବା ପରେ ତାଙ୍କ ମସ୍କିଷ୍କକୁ ଖାଦ୍ୟରେ ଖାଇଲେ!

ମେକ୍ସିକୋ,୮।୭: ମେକ୍ସିକୋରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ୩୨ ବର୍ଷୀୟ ମେକ୍ସିକାନ ବ୍ୟକ୍ତି ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ମାରିବା ପରେ ସ୍ତ୍ରୀଙ୍କ ମସ୍କିଷ୍କକୁ ଖାଦ୍ୟରେ ମିଶାଇ ଖାଇଛନ୍ତି। ସୂଚନାଯୋଗ୍ୟ, ବ୍ୟକ୍ତି ଜଣକ ନିଶାଯୁକ୍ତ ପାନୀୟ ଦ୍ରବ୍ୟ ପିଇ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ଶରୀରର କିଛି ଅଂଶକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତି କରି ଫୋପାଡି ଦେଇଥିଲେ। ବାକି କିଛି ଅଂଶକୁ ଘରେ ରଖିଥିଲେ। ସେଥିମଧ୍ୟରୁ ମସ୍ତିଷ୍କ ବାହାର କରି ଟାକୋ ସହିତ ଖାଇଥିଲେ। ଘଟଣା ଜଣାପଡିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କେକ୍ସିକୋ ଗଣମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କୁ ‘ନରଭକ୍ଷୀ’ ବୋଲି କୁହାଯାଉଛି।

Share