ନୂଆଦିଲ୍ଲୀ,୨୯ା୬: ଏକ ଏଜେଣ୍ଡା ପ୍ରେରିତ ସଂଖ୍ୟାଗରିଷ୍ଠ ସରକାର ଦ୍ୱାରା ୟୁସିସିକୁ ବଳପୂର୍ବକ ଲୋକଙ୍କ ଉପରେ ଲଦିଆଯାଇପାରିବ ନାହିଁ। କାରଣ ଏହା ଲୋକଙ୍କ ମଧ୍ୟରେ ବିଭାଜନକୁ ପ୍ରଶସ୍ତ କରିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି। ଚିଦାମ୍ବରମ୍ଙ୍କ ମତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେରୋଜଗାରି, ଦରଦାମ୍ ବୃଦ୍ଧି, ଘୃଣା ଅପରାଧ ଭଳି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ୟୁସିସି ଉପରେ ଜୋର୍ ଦେଉଛନ୍ତି। ଭାଜପା ସମାଜରେ ଧ୍ରୁବୀକରଣ ପାଇଁ ୟୁସିସିକୁ ବ୍ୟବହାର କରୁଛି।