Categories: ଜାତୀୟ

ବିଚାର ପୂର୍ବରୁ ଦୀର୍ଘଦିନ ଜେଲରେ ରଖାଯାଇପାରିବ ନାହିଁ

ନୂଆଦିଲ୍ଲୀ,୯ା୧୨: ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ଦୀର୍ଘଦିନ ଜେଲରେ ରଖାଯାଇପାରିବ ନାହିଁ ବୋଲି ଦିଲ୍ଲୀ ଅବକାରୀ ନୀତି ସ୍ମାମ୍‌ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲା ସହ ସମ୍ପୃକ୍ତ ବିଶ୍ୱର ଅନ୍ୟତମ ବୃହତ୍‌ ମଦ କମ୍ପାନୀ ପେର୍‌ନୋଡ୍‌ ରିକାର୍ଡ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ବିନୟ ବାବୁଙ୍କୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଉକ୍ତ ମାମଲାର ତଦନ୍ତ କରୁଥିବା ସିବିଆଇ ଏବଂ ଇଡିଙ୍କ ଅଭିଯୋଗ ମଧ୍ୟରେ ବିରୋଧାଭାସ ରହିଥିବାରୁ ରାୟ କ’ଣ ହେବ ଜଣାନାହିଁ ବୋଲି ଜଷ୍ଟିସ୍‌ ସଞ୍ଜୀବ୍‌ ଖାନ୍ନା କହିଥିଲେ। ପେର୍‌ନୋଡ୍‌ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ଜେନେରାଲ ମ୍ୟାନେଜର ୧୩ ମାସ ଜେଲରେ ରହିସାରିଲେଣି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନେକଙ୍କୁ ଗିରଫ କରାଯାଇଥିବାବେଳେ ଏହାକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ରାଜନୈତିକ ବିବାଦ ଲାଗିରହିଛି।

Share