‘କାନନ ଫଟୋକପି ମଡେଲ ପ୍ରଦର୍ଶନୀ’

ଭୁବନେଶ୍ୱର,୩୦।୪: କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଉଦ୍ୟମରେ ‘କାନନ ଫଟୋ କପି ମଡେଲର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍‌ସି ୩୨୨୬ ଓ ଆଇଆର୍‌ସି ୨୨୦୬ ଏବଂ ୨୦୦୬ ଏନ୍‌ ଫଟୋ କପିଅର ମେଶିନ ଆଦି ପ୍ରଦର୍ଶନ କରାଯାଇଥିଲା। ବିଶେଷକରି ସ୍କାନ୍‌ ଓ ପ୍ରିଣ୍ଟି ପାଇଁ ଆବଶ୍ୟକ ଫଟୋକପି ଆଇଆର୍‌ସି ୩୨୨୬ ଏକ ମିନିଟ୍‌ରେ ୨୬ ଫଟୋ କପି ପ୍ରଦାନ କରିବାରେ ସକ୍ଷମ ଥିବାବେଳେ କାନନ ୨୨୦୬ ୧ ମିନିଟ୍‌ରେ ୨୨ଟି ଓ କାନନ ୨୦୦୬ଏନ୍‌ ୨୦ଟି ଫଟୋ ପ୍ରିଣ୍ଟ କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାନନ ଇଣ୍ଡିଆର ଓଡ଼ିଶା ବିଜ୍‌ନେସ ମ୍ୟାନେଜର ହର୍ଷବର୍ଦ୍ଧନ ପରିଡ଼ା କହିଥିଲେ। ସାଧାରଣ ପେପରଠାରୁ ଆରମ୍ଭକରି ଅଏଲ ପେପରରେ ମଧ୍ୟ ଅତି ଉଚ୍ଚମାନର ଫଟୋ ପ୍ରିଣ୍ଟ ଉପରୋକ୍ତ ମେଶିନଗୁଡିକ କରିପାରୁଛି। ସେହିଭଳି କାନନ ଇଣ୍ଡିଆର ସେଲ୍ସ ଓ ସର୍ଭିସ୍‌ ପ୍ରିମିୟମ ପାର୍ଟନର ତଥା ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ ଲିମିଟେଡ୍‌ର ଡିରେକ୍ଟର ଜାନକୀନାଥ ପରିଡ଼ା ନିରବଚ୍ଛିନ୍ନ ସେବା ଯୋଗାଇଦେବା ପାଇଁ ଦ୍‌ୃଢ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଅମ୍ବିକାନାଥ ପରିଡ଼ା, ମୁଖ୍ୟ ପରିଚାଳକ ଇଂ ଅନିଲ କୁମାର ପଣ୍ଡା, ଇଂ ପ୍ରଭୁପ୍ରସାଦ ନନ୍ଦ, ସୌମ୍ୟରଞ୍ଜନ ଗୋଛାୟତ,ଗୌରାଙ୍ଗ ଚରଣ ସେଠୀ, ଗୀତାଞ୍ଜଳି ରାଜ୍‌, ରେଖା ବେହେରା, ଆକାଶ୍‌ ସାମନ୍ତରାୟ, ବିଭୂତି ଭୂଷଣ ସିଂହ, ନୀଳମାଧବ ସାହୁ, ବିଶ୍‌ଜ୍‌ିତ ରାଉତ, ଅନିମା ନିଆଲ ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Share