Categories: ଜାତୀୟ

‘ପ୍ରତ୍ୟେକ ସ୍ଥାନରେ ପୋଲିସ ରହି ପାରିବ ନାହିଁ’

ମୁମ୍ବାଇ,୧୧।୯:“ପ୍ରତ୍ୟେକ ଅପରାଧସ୍ଥଳରେ ପୋଲିସ କଦାପି ଉପସ୍ଥିତ ରହିପାରିବ ନାହିଁ। ସୂଚନା ମିଳିବାର ୧୦ ମିନିଟ୍‌ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପାଲିସ କେବଳ ସୂଚନା ପାଇବା ପରେ ହିଁ ଘଟଣା ସ୍ଥଳରେ ପହଞ୍ଚି ପାରିବ। ସେମାନେ ନିଜ ଦକ୍ଷତା ଅନୁଯାୟୀ, କାର୍ଯ୍ୟ କରୁଛନ୍ତି”। ଗଣେଶ ପୂଜା ଭଳି ପର୍ବରେ ସାକିନାକା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କାହିଁକି କରାଯାଉ ନ ଥିଲା ବୋଲି ପ୍ରଶ୍ନ କରାଯିବାରୁ ଉପରୋକ୍ତ ଉତ୍ତର ରଖିଛନ୍ତି ମୁମ୍ବାଇ କମିଶନର ହେମନ୍ତ ନାଗରାଲେ।

୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି। ମୁମ୍ବାଇର ସାକିନାକା ଅଞ୍ଚଳରେ ଘଟିଥିବା ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫାଷ୍ଟ ଟ୍ରାକ କୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଭାଗ୍ୟବଶତଃ, ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଏଥିଯୋଗୁ ଦୋଷୀଙ୍କ ବିରୋଧରେ ଲଗାଯାଇଥିବା ଦଫା(୩୦୭)କୁ ୩୦୨ରେ ପରିବର୍ତ୍ତନ କରାଯାଇଛି। ଏହି ଘଟଣାରେ ଜଣେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ମୁମ୍ବାଇ କମିଶନର କହିଛନ୍ତି।

Share