Categories: ଜାତୀୟ

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧୦: କରୋନା ଅବଧି ପରଠାରୁ ଦେଶରେ ଛାଡପତ୍ର ଏବଂ ଘରୋଇ ହିଂସା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରତିଦିନ ଏଭଳି ମାମଲା ଦେଶର ବିଭିନ୍ନ କୋର୍ଟରେ ପଞ୍ଜୀକୃତ ହେଉଛି। ଏକ ଛାଡପତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଛାଡପତ୍ର ଦେବାକୁ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସନ୍ତୋଷ, ସାମାନ୍ୟ ମତଭେଦ ଏବଂ ବିଶ୍ୱାସର ଅଭାବକୁ କ୍ରୂରତା କୁହାଯାଇ ପାରିବ ନାହିଁ।

ମାନସିକ ନିର୍ଯାତନା କାରଣରୁ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଶାଶୁ ଘରେ ରହିବାକୁ ଆଗ୍ରହୀ ନୁହଁନ୍ତି। ସ୍ତ୍ରୀ ଚାହୁଁଛନ୍ତି ଘର ଜ୍ୱାଇଁ ହୋଇ ରହିବାକୁ। ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ୧୯୯୬ ରେ ବିବାହ କରିଥିଲେ ଏବଂ ୧୯୯୮ ରେ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥଥିଲେ। ଘର ଆଶାନ୍ତି ସୃଷ୍ଟି କରିବା ସହ ସ୍ତ୍ରୀ ସ୍ବାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବା ସ୍ବାମୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।

ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ମନୋଜ ଜେନାଙ୍କ ଏକ ବେଞ୍ଚ କହିଛନ୍ତି ଯୌନ ସମ୍ପର୍କକୁ ମନା କରିବା ମାନସିକ କ୍ରୁରତାର ଏକ ରୂପ ଭାବରେ ବିବେଚନା କରାଯାଇପାରେ, ଯେତେବେଳେ ଏହା ସ୍ଥିର, ସୁଚିନ୍ତିତ ଏବଂ ବହୁ ସମୟ ଧରି ରହିଥାଏ। ବେଞ୍ଚ କହିଛନ୍ତି , ଏପରି ସମ୍ବେଦନଶୀଳ ତଥା ସୂକ୍ଷ୍ମ ସମସ୍ୟାର ମୁକାବିଲା ପାଇଁ କୋର୍ଟ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ସାଧାରଣ ଭାବେ ଶାରୀରିକ ସମ୍ପର୍କ ପାଇଁ ସ୍ତ୍ରୀ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ।

ହାଇକୋର୍ଟ କହିଛନ୍ତି ଏହି ଅଭିଯୋଗ କେବଳ ଅସ୍ପଷ୍ଟ ବିବୃତ୍ତି ଆଧାରରେ ପ୍ରମାଣିତ ହୋଇପାରିବ ନାହିଁ, ବିଶେଷ କରି ଯେତେବେଳେ ବିବାହ ଠିକ ଭାବରେ ପାଳନ କରାଯାଇଥିଲା। ବେଞ୍ଚ କହିଛନ୍ତି ସ୍ବାମୀ ତାଙ୍କ ଉପରେ ହୋଇଥିବା କୌଣସି ମାନସିକ କ୍ରୁରତାକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଏବଂ ବର୍ତ୍ତମାନର ମାମଲାକୁ କେବଳ ବୈବାହିକ ବନ୍ଧନରେ ସାଧାରଣ ମତଭେଦ ଭାବେ ପରିଗଣିତ କରାଯାଇଛି। ବେଞ୍ଚ କହିଛନ୍ତି, କୌଣସି ସକାରାତ୍ମକ ସୂଚନା ନାହିଁ ସ୍ତ୍ରୀଙ୍କ ଆଚରଣ ଏପରି ଥିଲା ଯାହାଦ୍ୱାରା ସ୍‌ସ୍ବାମୀ ତାଙ୍କ ସହ ରହିବା ସମ୍ଭବ ନୁହେଁ। ସାମାନ୍ୟ କ୍ରୋଧ ଏବଂ ବିଶ୍ୱାସର ଅଭାବକୁ ମାନସିକ କ୍ରୁରତା ଭାବେ ଗ୍ରହଣ କରାଯିବ ନାହିଁ। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।

Share