ରାଶନକାର୍ଡରେ ଚଢ଼ିପାରୁନି ନାମ, ମିଳୁନି ବିଏସ୍‌କଓ୍ବୋଇ ସୁବିଧା

ତେନ୍ତୁଳିଖୁଣ୍ଟି,୩୦ା୭,(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ରେବତୀ କୁମ୍ଭାରଙ୍କ ଆଖି ଜନ୍ମରୁ ଖରାପ ରହିଛି। ପିଲାବେଳେ ଅଳ୍ପ ଦେଖାଯାଉଥିଲା। ଏବେ ବୟସ ବଢ଼ିବା ସହ ଆଖିର ଦୃଷ୍ଟିଶକ୍ତି କମିଲାଣି। ଆଖିର ଡୋଳାରେ କିଛିଟା ବ୍ୟତିକ୍ରମ ଯୋଗୁ ଦୃଷ୍ଟିଶକ୍ତି କମ୍‌ ରହିଛି। ରେବତୀଙ୍କୁ ନେଇ ମା’ ସୁରେଖା ଓ ବାପା ଗଙ୍ଗାଧର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ରେବତୀଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଭାଗ୍ୟକୁ ଆଦରି ରେବତୀଙ୍କ ପରିବାର ଲୋକେ ପଡ଼ି ରହିଛନ୍ତି।
୨୦୦୭ରେ ରେବତୀଙ୍କ ଜନ୍ମ। ଜନ୍ମରୁ ଅଳ୍ପ ଦେଖାଯାଉଥିଲେ ମଧ୍ୟ ସେ ପାଠପଢ଼ା ଆରମ୍ଭ କରିଥିଲେ। କିନ୍ତୁ ଧୀରେ ଧୀରେ କମ୍‌ ଦେଖାଯାଉଥିବାରୁ ଖାତିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ପଢ଼ା ବନ୍ଦ କରିଦେଇଛନ୍ତି। ରେବତୀଙ୍କ ନିତ୍ୟକର୍ମରେ ମା’ ସୁରେଖା ସହଯୋଗ କରିଥାନ୍ତିି। ଆଖିକୁ କମ୍‌ ଦେଖାଯାଉଥିବାରୁ ନଦୀରେ ଗାଧୋଉଥିବା ବେଳେ ରେବତୀ ଭାସିଯାଉଥିଲେ। ପାଖରେ ଥିବା ଅନ୍ୟ ଜଣେ ସ୍ତ୍ରୀଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଗତ ବର୍ଷ ଜୁନାଗଡ଼ ଡାକ୍ତରୀ ଟିମ୍‌ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାରେ ଚକ୍ଷୁରୋଗୀଙ୍କୁ ପରୀକ୍ଷା କରିଥିଲେ। କେତେଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଜୁନାଗଡ଼ ନେଇ ଚିକିତ୍ସା କରିଥିଲେ। ରେବତୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଆବଶ୍ୟକ ହେବ ବୋଲି ଡାକ୍ତର କହିଥିଲେ। ଟଙ୍କା ଯୋଗାଡ଼ ନ କରିପାରିବା ଯୋଗୁ ରେବତୀଙ୍କ ଚିକିତ୍ସା କରି ପାରୁନାହାନ୍ତି ଗଙ୍ଗାଧର ଓ ସୁରେଖା।
ଗଙ୍ଗାଧର ଓ ସୁରେଖା ଦିନ ମଜୁରିଆଭାବେ ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାଶନ କାର୍ଡରେ ସ୍ବାମୀ ସ୍ତ୍ରୀ ଓ ପୁଅ ରୁଦ୍ରମୋହନଙ୍କ ନାମ ରହିଛି। ସେଥିରେ ଝିଅ ରେବତୀଙ୍କ ନାମ ନାହିଁ। ଆଧାର କାର୍ଡ ସହ ରାଶନ କାର୍ଡ ସଂଯୋଗବେଳେ ରେବତୀଙ୍କ ଆଧାର କାର୍ଡ ନ ଥିବାରୁ ତାଙ୍କ ନାମ ରାଶନ କାର୍ଡରୁ ବାଦ୍‌ ପଡ଼ିଛି। ଦିବ୍ୟାଙ୍ଗଙ୍କ ପାଇଁ ଆଧାର କାର୍ଡ କରିବା ନିମନ୍ତେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା। ସେହି କ୍ୟାମ୍ପକୁ ଯାଇ ରେବତୀ ଆଧାର କାର୍ଡ କରାଇଛନ୍ତି। କିନ୍ତୁ ରେବତୀଙ୍କ ଆଧାର ବାପା ମା’ଙ୍କ ରାଶନ କାର୍ଡରେ ସଂଯୋଗ ହୋଇ ପାରୁନାହିଁ। ରାଶନ କାର୍ଡରେ ରେବତୀଙ୍କ ନାମ ନ ଥିବା ଯୋଗୁ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କଓ୍ବୋଇ)ର ସୁବିଧା ମିଳିପାରୁନାହିଁ। କେବଳ ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ରେବତୀଙ୍କୁ ମିଳୁଛି। ଏ ସମ୍ପର୍କରେ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ରେବତୀଙ୍କ ନାମ ବିଏସ୍‌କେ ଯୋଜନାରେ ସାମିଲ କରିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଜିଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ରେବତୀଙ୍କ ଚିକିତ୍ସା ସମ୍ବନ୍ଧରେ କ’ଣ କରାଯାଇପାରିବ ପଚାରିବାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଯୋଜନାରେ ଚିକିତ୍ସା ବ୍ୟବସ୍ଥା ନେଇ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri