ଛାଡ଼ିପାରୁନାହାନ୍ତି ଅଭ୍ୟାସ

କରୀନା କପୁର ତାଙ୍କର ପିଲାଦିନର ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପିଲାଦିନେ ତାଙ୍କର ଏକ ଅଭ୍ୟାସ ଥିଲା। ତାହା କ’ଣ ଜାଣନ୍ତି ? ନଖ କାମୁଡ଼ିବା। ପାଠ ପଢ଼ିବା ସମୟରେ ହେଉ ଅବା କାହା ସହ କଥା ହେବା ବେଳେ ସେ ମଝିରେ ମଝିରେ ନଖକୁ କାମୁଡ଼ିଥାଆନ୍ତି। ଏବେ ଘର ସଂସାର କରିସାରିବା ପରେ ମଧ୍ୟ ଏପରି ଅଭ୍ୟାସଠାରୁ ନିଜକୁ ସେ ମୁକୁଳାଇ ପାରିନାହାନ୍ତି। ଏ ସମ୍ପର୍କରେ ସେ କହନ୍ତି, ‘ନଖ କାମୁଡ଼ିବା ମୋର ପିଲାଟି ଦିନରୁ ଅଭ୍ୟାସରେ ପରିଣତ ହୋଇଯାଇଛି। ସେତେବେଳେ ଏପରି ହାବିଟ୍‌କୁ ଛାଡ଼ିବାକୁ ଅନେକ ଥର ଗାଳି ଶୁଣିଛି। ହେଲେ କ’ଣ ହେବ, ଏବେ ମଧ୍ୟ ମୋର ସେହି ଅଭ୍ୟାସ ଅଛି। ଯେତେ ଚେଷ୍ଟା କଲେ ମଧ୍ୟ ତାହାକୁ ମୁଁ ଛାଡ଼ିପାରୁନି।’ ଇଏ ତ ଗଲା କରୀନାଙ୍କ ବ୍ୟକ୍ତିଗତ ଜୀବନ କଥା। ଅଭିନୟ ଜୀବନରେ କେତୋଟି କଥାକୁ ସେ ଭୁଲି ପାରୁନାହାନ୍ତି। ‘କହୋନା ପ୍ୟାର ହୈ’, ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଏବଂ ‘କୁଇନ୍‌’ ପରି ସୁପରହିଟ୍‌ ଫିଲ୍ମର ନାୟିକା ସାଜିବାକୁ ତାଙ୍କୁ ସେତେବେଳେ ଅଫର ଦିଆଯାଇଥିଲା। କିନ୍ତୁ କେତେକ କାରଣରୁ ସେ ଏଗୁଡ଼ିକୁ ପ୍ରତ୍ୟାଖାନ କରିଥିଲେ।

Share