ଆଗେଇପାରୁନି ‘ମୋ ଘର’ ଯୋଜନା

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର):ରାଜ୍ୟରେ ଯେଉଁ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ଅଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ହେଲେ ସରକାରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଏହି ଯୋଜନା ଆଗେଇ ପାରୁନାହିଁ। ଗତ ଜୁନ୍‌ ୧୬ରୁ ଏହି ଯୋଜନାରେ ହିତାଧିକାରୀଙ୍କୁ ଆବେଦନ କରିବା ଲାଗି ଏକ ଓ୍ବେବ୍‌ସାଇଟ୍‌ ଆରମ୍ଭ କରାଯାଇଥିଲା। ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ଘର ପାଇବାକୁ ୩ ଲକ୍ଷ ୪୫ ହଜାର ୬୬୭ ଜଣ ଆବେଦନ କରିଥିବାବେଳେ ସେଥିରୁ ୭୮୬ ଜଣଙ୍କ ଆବେଦନକୁ ବ୍ୟାଙ୍କ ଅନୁମୋଦନ ମିଳିଛି। ଅଧିକ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣକରି ଋଣ ଦେବା ଲାଗି ଗତ ୩ ତାରିଖରେ ବ୍ୟାଙ୍କଗୁଡିକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେଭଳି କିଛି ଆଖିଦୃଶିଆ ସଫଳତା ଦେଖିବାକୁ ମିଳିନାହିଁ; ଯେଉଁଥିଲାଗି ଏହି ଯୋଜନାର ଭବିଷ୍ୟତକୁ ନେଇ ସରକାର ଏକ ପ୍ରକାର ଚିନ୍ତାରେ ପଡିଲେଣି।
ମୋ ଘର ଯୋଜନାରେ ସରକାରଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଯୋଜନାର ଅଗ୍ରଗତି ଯେପରି ହେଉଛି ତାହାକୁ ଦେଖିବା ପରେ ଏହି ଲକ୍ଷ୍ୟ ଗୋଟିଏ ନୁହେଁ, ୨ଟି ଆର୍ଥିକ ବର୍ଷରେ ପୂରଣ କରିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଏହି ଯୋଜନାରେ ଗତ ୮ ତାରିଖ ସୁଦ୍ଧା ୪,୭୧,୦୧୯ ଲୋକ ଓ୍ବେବ୍‌ସାଇଟ୍‌ରେ ରେଜିଷ୍ଟର କରିଛନ୍ତି। ସେଥିମଧ୍ୟରୁ ୩,୪୫,୬୬୭ ଜଣ ମୋ ଘର ଯୋଜନା ଲାଗି ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧,୫୪,୨୨୨ ହିତାଧିକାରୀଙ୍କ ଆବେଦନକୁ ତୃଣମୂଳସ୍ତରରେ ଯାଞ୍ଚ କରିବା ପରେ ବ୍ଲକ ଅଫିସ୍‌କୁ ପଠାଯାଇଛି। ସେଥିରୁ ୧,୨୯,୫୦୬ ହିତାଧିକାରୀଙ୍କ ଆବେଦନକୁ ଜିଓ ଟ୍ୟାଗ୍‌ କରାଯାଇଛି। ସେହି ଜିଓ ଟ୍ୟାଗିଂ ହୋଇଥିବା ଘର ମଧ୍ୟରୁ ୧,୦୨,୭୦୩ ଆବେଦନକୁ ବ୍ଲକ୍‌ ଅଫିସ ଯାଞ୍ଚକରି ବ୍ୟାଙ୍କକୁ ପଠାଇ ଦେଇଛି। ଯେଉଁଥିରୁ ରାଜ୍ୟରେ ମାତ୍ର ୭୮୬ ଆବେଦନକାରୀଙ୍କୁ ବ୍ୟାଙ୍କ ମୋ ଘର ଯୋଜନାରେ ପକ୍କାଘର ଲାଗି ଋଣ ପ୍ରଦାନ ଲାଗି ମଞ୍ଜୁର କରିଛି। ସରକାରଙ୍କ ଏହି ତଥ୍ୟରୁ ଏହି ଯୋଜନାର ଅଗ୍ରଗତି କିପରି ହେଉଛି ସେକଥା ସ୍ପଷ୍ଟ ବାରି ହୋଇପଡୁଛି।
ତଥ୍ୟ ମୁତାବକ, ସୁନ୍ଦରଗଡ଼, କନ୍ଧମାଳ, ଦେବଗଡ଼ ଏବଂ ବରଗଡ଼ରେ ଗୋଟିଏ ବି ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ବ୍ୟାଙ୍କ ଏହି ଯୋଜନାରେ ପକ୍କାଘର କରିବାକୁ ଋଣ ପ୍ରଦାନ କରିନାହାନ୍ତି। ସେହିପରି ନୂଆପଡ଼ା, ଝାରସୁଗୁଡ଼ା ଏବଂ ଗଜପତି ଜିଲାରେ ଗୋଟିଏ ଲେଖା ଆବେଦନକୁ ଏ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ପୁରୀ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଭଳି ୩ଟି ଜିଲାରେ ଶହେରୁ ଅଧିକ ଲୋକଙ୍କ ଆବେଦନକୁ ବ୍ୟାଙ୍କ ମଞ୍ଜୁର କରିଥିବାବେଳେ ୧୭ଟି ଜିଲାରେ ଆବେଦନକୁ ମଞ୍ଜୁରୀ ମିଳିବା କ୍ଷେତ୍ରରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ବି ଅତିକ୍ରମ କରିପାରି ନାହିଁ। ମୁଖ୍ୟତଃ ଋଣ ଦେବା ପୂର୍ବରୁ ବ୍ୟାଙ୍କଗୁଡିକ ସେମାନଙ୍କ ନିୟମକୁ ଅନୁପାଳନ କରିବା ବେଳକୁ ହିଁ ବହୁ ହିତାଧିକାରୀ ତାଲିକାରୁ ବାଦ୍‌ ପଡୁଥିବା ଜଣାପଡୁଛି। ଏହାବାଦ୍‌ ବହୁ ଆବେଦନ ଗ୍ରହଣ ନ କରିବା ପଛରେ ଆହୁରି ଅନେକ କିଛି କାରଣ ବ୍ୟାଙ୍କ ପାଖରେ ରହିଛି। ତାହାକୁ ନେଇ ସରକାରୀସ୍ତରରେ ବ୍ୟାଙ୍କର୍ସମାନଙ୍କ ସହ ଏକାଧିକ ବୈଠକ ହେବା ସତ୍ତ୍ୱେ କିଛି ସୁଫଳ ମିଳିପାରୁ ନାହିଁ।
କିଛିଦିନ ତଳେ ଷ୍ଟେଟ୍‌ ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ବୈଠକ ହୋଇଥିଲା। ସେଥିରେ ବ୍ୟାଙ୍କଗୁଡିକ ଯେପରି ମୋ ଘର ଯୋଜନାରେ ଅଧିକ ଆବେଦନକୁ ଗ୍ରହଣ କରି ସେଗୁଡିକୁ ଋଣ ଦେବେ ସେନେଇ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୋପରେଟିଭ ସୋସାଇଟି ବ୍ୟାଙ୍କକୁ ଅଧିକ ଟାର୍ଗେଟ ଦିଆଯାଇଛି। ତଥାପି ଯୋଜନା ସଫଳ ହୋଇପାରିବା ଭଳି ମନେ ହେଉନାହିଁ। ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ନରେ ଏହି ଯୋଜନାକୁ ନେଇ ଜିଲାପାଳ ସ୍ତରୀୟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ବସିବାକୁ ଥିବା ଏହି ବୈଠକରେ ସବୁ ଜିଲାର ଜିଲାପାଳଙ୍କୁ ଯେପରି ମୋ ଘର ଯୋଜନାର ଆବେଦନ ବ୍ଲକ ଅଫିସରୁ ଅଧିକ ମାତ୍ରାରେ ଗ୍ରହଣକରି ବ୍ୟାଙ୍କକୁ ପଠାଯିବ ଏବଂ ହିତାଧିକାରୀମାନେ ଋଣ ପାଇପାରିବେ ସେନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image