ଅହମଦାବାଦ, ୧ା୧୧: ଝୁଲାପୋଲ ଦୁର୍ଘଟଣା ପରେ ଅହମଦାବାଦ ମହାନଗର ନିଗମର ଚେତା ପଶିଛି। ଅହମଦାବାଦରେ ଥିବା ଅଟଳ ବ୍ରିଜ୍ରେ ଏକ ସଙ୍ଗରେ ୩ ହଜାରରୁ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଏଏମ୍ସି ପକ୍ଷରୁ କୁହାଯାଇଛି। ଗତ ଅଗଷ୍ଟ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତି ନଦୀରେ ଉପରେ ନିର୍ମିତ ୩୦୦ ମିଟର ଲମ୍ବର ଅଟଳ ବ୍ରିଜ୍ ଲୋକାର୍ପିତ କରିଥିଲେ। ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଥିଲା।