Categories: ଖେଳ

ପ୍ତାହେ ଖେଳିପାରିବେନି ପନ୍ତ

ଆବୁଧାବି, ୧୩।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ହୋଇଛନ୍ତି। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ସେ ଅତିକମ୍‌ରେ ଏକସପ୍ତାହ ଖେଳି ପାରିବେ ନାହିଁ ବୋଲି ଅଧିନାୟକ ଶ୍ରେୟାସ ଆୟାର ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ପନ୍ତ ଆହତ ହୋଇଥିଲେ। ଫଳରେ ସେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିପାରି ନ ଥିଲେ। ପନ୍ତଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କୌଣସି ଠିକ୍‌ ସୂଚନା ନ ଥିଲେ ହେଁ ଅତିକମ୍‌ରେ ଏକସପ୍ତାହ ବିଶ୍ରାମ ନେବେ ବୋଲି ଡାକ୍ତର କହିଛନ୍ତି। ସୁସ୍ଥ ହୋଇ ସେ ସଫଳ ପ୍ରତ୍ୟାବର୍ତ୍ତନ କରିବା ଆଶା ରହିଛି ବୋଲି ଆୟାର କହିଛନ୍ତି। ମୁମ୍ବାଇ ବିପକ୍ଷ ମ୍ୟାଚରେ ପନ୍ତଙ୍କ ସ୍ଥାନରେ ଆଲେକ୍ସ କାରେ ଖେଳିଥିଲେ। ଦିଲ୍ଲୀ ଆଗାମୀ ବୁଧବାର ରାଜସ୍ଥାନ ରୟାଲ୍ସ ଏବଂ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Share