Categories: ଜାତୀୟ

ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧ କୌଣସି ସମ୍ପ୍ରଦାୟ ବିରୋଧୀ ନୁହେଁ। ତେବେ ଉତ୍ସବ ପାଳନ ଲାଗି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରାଯାଇ ପାରିବ ନାହିଁ।

ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଏସ୍‌.ଏ. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତିି ଯେ, ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଉପଯୁକ୍ତ କାରଣ ଦର୍ଶାଇ ଜାରି କରାଯାଇଥିଲା। ଲୋକଙ୍କ ହିତ ଲାଗି କୋର୍ଟ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ସମସ୍ତଙ୍କୁ ଜଣା। ଏହା ଦ୍ୱାରା କିଭଳି ଅବସ୍ଥା ସୃଷ୍ଟି ହେଉଛି ତାହା ଲୋକେ ହୃଦୟଙ୍ଗମ କରୁଛନ୍ତି।

ବାଣ ବିକ୍ରି ଯୋଗୁ ରୋଜଗାର ହେଉଥିବା ଦର୍ଶାଇ କୋର୍ଟ ସାଧାରଣ ଲୋକଙ୍କ ଜୀବନର ଅଧିକାରକୁ ଉଲ୍ଲଂଘନ କରି ପାରିବେ ନାହିଁ। ନିର୍ଦ୍ଦୋଷ ନାଗରିକଙ୍କ ଜୀବନ ସହିତ ଖେଳ ହୋଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

Share