ସୋସିଆଲ ମିଡ଼ିଆ ଉପରେ ଚାପ ପକାଇ ପାରିବେନି ବାଇଡେନ: ଆମେରିକା କୋର୍ଟଙ୍କ ରାୟ…

ଓ୍ବାଶିଂଟନ,୫।୭ : ଯୁକ୍ତରାଷ୍ଟ୍ରର ଏକ କୋର୍ଟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସୋସିଆଲ ମିଡିଆରେ କୌଣସି ବିଷୟବସ୍ତୁ ଉପରେ ଚାପ ପକାଇ ପାରିବେ ନାହିଁ କିମ୍ବା ନିୟନ୍ତ୍ରଣ କରିପାରିବ ନାହିଁ। କମ୍ପାନୀଗୁଡିକ ଠାରୁ ଦୂରରେ ରହିବାକୁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଲୁଇସିୟାନା ଏବଂ ମିସୌରୀରେ ରିପବ୍ଲିକାନ ଆଟର୍ନି ଜେନେରାଲ କରିଥିବା ଅଭିଯୋଗର ଜବାବରେ ଜଜ ଟେରି ଡୋଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀମାନେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ, ଟୁଇଟର ଏବଂ ୟୁଟ୍ୟୁବ ଭଳି କମ୍ପାନୀ ଉପରେ ସେନ୍ସର ଲଗା ଯାଉଥିବା ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ କରୋନା ମହାମାରୀ ସମ୍ବନ୍ଧୀୟ ପୋଷ୍ଟ ସମେତ ଭୁଲ ତଥ୍ୟକୁ ରୋକିବା ଉଦ୍ଦେଶ୍ୟରେ ରକ୍ଷଣଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସେ ବାଇଡେନ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ।

ଏହି ଆଦେଶ ସବୁ ପ୍ରସଙ୍ଗ ପାଇଁ ନୁହେଁ। ଯଦି ଜାତୀୟ ସୁରକ୍ଷା ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ପ୍ରଶାସନର ଆପତ୍ତି ଅଛି, ତେବେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ଯୋଗାଯୋଗ କରିପାରିବ।

ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ନ୍ୟାୟ ବିଭାଗ କୋର୍ଟର ନିର୍ଦ୍ଦେଶର ସମୀକ୍ଷା କରୁଛି ଏବଂ ଏହାର ବିକଳ୍ପଗୁଡିକର ମୂଲ୍ୟାଙ୍କନ କରିବ। ଏଥିସହ ସେ କହିଛନ୍ତି ମାନବ ଚାଲାଣ କିମ୍ବା ଆତଙ୍କବାଦ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପ ବିଷୟରେ ପ୍ରଶାସନ ନିୟମିତ ଭାବେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସଚେତନ କରିଥାଏ ଏବଂ ଏହି ନିଷ୍ପତ୍ତି ଉପରେ ଆମେ ଖୁବ ଶୀଘ୍ର ଜବାବ ଦେବୁ।

Share