ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେହି ପେଟରେ ଯନ୍ତ୍ରଣା, ଜ୍ୱର,ଡାଇରିଆ, ଗ୍ୟାସ୍ ସମସ୍ୟା, ବାନ୍ତି ଲାଗିବା, ଭୋକ ନ ହେବା, ଶରୀର ଯନ୍ତ୍ରଣା ଆଦି ଲକ୍ଷଣ ମଧ୍ୟ ଦେଖାଦେବ। ନୂଆ ଷ୍ଟ୍ରେନ୍ ପୁରୁଣା ଭୁତାଣୁ ତୁଳନାରେ ଶୀଘ୍ର ଫୁସ୍ଫୁସ୍କୁ ନଷ୍ଟ କରିଦେଇଥାଏ। ତେଣୁ ଶରୀରରେ ପ୍ରକାଶ ପାଉଥିବା ଲକ୍ଷଣ ପ୍ରତି ଧ୍ୟାନ ଦେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେବେ କରୋନା ମାର୍ଗଦର୍ଶିକା ପାଳନ ସହିତ ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା ସଂକ୍ରମଣର ଆଶଙ୍କା ବହୁଗୁଣା କମି ଯାଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି।