ଦରଦାମ ବୃଦ୍ଧି ଯୋଗୁ ରାତିରେ ନିଦ ହେଉନି, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୨୩।୧: ଦେଶରେ ଦରଦାମ ବୃଦ୍ଧି ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏହାକୁ ନେଇ ରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆଖିକୁ ନିଦ ଆସୁନି। ରବିବାର ଇମ୍ରାନ୍‌ ଏକ ରେଡ଼ିଓ କାର୍ଯ୍ୟକ୍ରମ ‘ଆପ୍‌କା ଓ୍ବଜିର ଆଜମ୍‌ ଆପ୍‌ କେ ସାଥ୍‌ ହୈ’ରେ ଯୋଗଦେଇ ଏଭଳି କହିଛନ୍ତି ଦେଶରେ ମୁଦ୍ରାସ୍ପୀତି ଉତ୍କଟ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ସାମଗ୍ରୀ କିଣିବା କଷ୍ଟକର ହୋଇପଡ଼ିଥିବା ସେ କହିଛନ୍ତି।

ପୃଥିବୀର ବହୁଦେଶରେ ଏଭଳି ସମସ୍ୟା କରୋନା ମହାମାରୀ ଯୋଗୁ ଦେଖାଦେଇଥିବା ସେ କହିଛନ୍ତି। ବିକଶିତ ଦେଶ ବ୍ରିଟେନ୍‌ରେ ମଧ୍ୟ ମୁଦ୍ରାସ୍ପୀତି ଗତ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଥିବା ସେ କହିଛନ୍ତି।
ଦେଶର ସ୍ଥିତି ସୁଧାର ପାଇଁ ଉଦ୍ୟମ ଜାରି ରହିଛି। ଏହାର ସମାଧାନର ପଥ ଖୁବ୍‌ ଶୀଘ୍ର ଖୋଲିବ ବୋଲି ଇମ୍ରାନ୍‌ କହିଛନ୍ତି।

Share