ଇସାଇ ଧର୍ମର ପ୍ରସାର କରିପାରିବି ନାହିଁ: ରାମସ୍ବାମୀ

ଓ୍ବାଶିଂଟନ,୧୪।୧୨: ଆମେରିକାରରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି ଏବଂ ସେ ବୋଧହୁଏ ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ପ୍ରଚାର କରିବାରେ ସଠିକ ବ୍ୟକ୍ତି ନୁହଁନ୍ତି। ବିବେକ ରାମସ୍ବାମୀ ବୁଧବାର ଅୟୋବା ରାଜ୍ୟରେ ସିଏନଏନର ଟାଉନ ହଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ରାମସୱାମୀ ଧର୍ମ, ଆମେରିକାକୁ ଆସୁଥିବା ପ୍ରବାସୀ, ସୀମା ସୁରକ୍ଷା, ଅର୍ଥନୈତିକ ଅସମାନତା ଭଳି ପ୍ରଶ୍ନର ଉତ୍ତର ଦେଇଥିଲେ।
ଆୟୋବା ରାଜ୍ୟରେ ରିପବ୍ଲିକାନ ପାର୍ଟିର ଏକ ଦୃଢ ସମର୍ଥନ ଆଧାର ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଇବେଲ ଉପରେ ଗଭୀର ବିଶ୍ୱାସ ଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭୋଟର ଅଟନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଜଣେ ଦର୍ଶକ ରାମସ୍ବାମୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଖ୍ରୀଷ୍ଟିଆନ ଧର୍ମର ନୁହଁନ୍ତି, ତେଣୁ ସେ ଆମର ରାଷ୍ଟ୍ରପତି ହୋଇପାରିବେ ନାହିଁ କାରଣ ଆମର ପୂର୍ବଜମାନେ ଖ୍ରୀଷ୍ଟିଆନ ଧର୍ମ ଆଧାରରେ ଏହି ଦେଶ ନିର୍ମାଣ କରିଥିଲେ। ଏହାର ଉତ୍ତରରେ ରାମସ୍ବାମୀ କହିଛନ୍ତି ଯେ ସେ ଏଥିରେ ଆଦୌ ସହମତ ନୁହଁନ୍ତି। ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଧର୍ମର କିଛି ନୀତି ସିଦ୍ଧାନ୍ତ ଖ୍ରୀଷ୍ଟିଆନ ମୂଲ୍ୟବୋଧ ସହିତ ସମାନ’। ତଥାପି ସେ କହିଥିଲେ ଯେ ‘ବୋଧହୁଏ ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ ସେ ଠିକ ବ୍ୟକ୍ତି ନୁହଁନ୍ତି।’

Share