ବ୍ରହ୍ମପୁର ଅଫିସ,୫।୭: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ପ୍ରଶଂସକ। ଏଭଳି ତାଙ୍କ ଆତ୍ମହତ୍ୟା ପରେ ତାଙ୍କ କେତେଜଣ ପ୍ରଶଂସକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଏଭଳି ଏକ ଘଟଣା ଘଟାଇ ଶେଷରେ ଆଖି ବୁଜିଛନ୍ତି ଗଞ୍ଜାମ ଜିଲା ଚିକିଟି ବ୍ଲକର ନାବାଳିକା ସିଏଚ୍ ମମତା(୧୪)। ଘଟଣାର ୧୭ ଦିନ ପରେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏମକେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମମତା କେ .ନୂଆଗାଁ ଥାନା ଅନ୍ତର୍ଗତ ମହିଶାନପୁର ଗ୍ରାମର ସିଏଚ୍ ନରସିଂହ ଙ୍କ ଝିଅ। ମୃତଦେହ ଜବତକରି ପୋଲିସ ୩୦୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମମତା ନବମ ଶ୍ରେଣୀ ଛାତ୍ରୀ ଥିବା ବେଳେ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ସେ ତାଙ୍କ ମା’ ସିଏଚ . ଶଶୀ, ଭଉଣୀ ଓ ସାଙ୍ଗମାନଙ୍କୁ ପୂର୍ବରୁ ଅନେକ ପ୍ରଶ୍ନ ପଚାରିଥିଲେ। ଏପରି ସେଥିପାଇଁ ସେ ଚିନ୍ତିତ ରହୁଥିଲେ । ପୋଲିସ ତାଙ୍କ ମା’ଙ୍କ ଠାରୁ ଏ ସବୁ କଥା ଜାଣିବାକୁ ପାଇଥିଲେ ।
ପ୍ରକାଶ ଯେ, ଗତ ଜୁନ ୧୮ ତାରିଖ ସକାଳେ ମମତା ଘରର ଉପର ମହଲାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ତଳ ମହଲାକୁ ଆସି ନ ଥିଲେ । ପରେ ତାଙ୍କ ମା’ ଉପର ମହଲାକୁ ଯାଇ ଦେଖିବା ବେଳେ ମମତା ନିଜ ବେକରେ ଓଢ଼ଣୀ ଲଗାଇ ଝୁଲୁଛି । ଏଣୁ ଝିଅ ବଞ୍ଚିଥିବା ଭାବି ପରିବାର ଲୋକଙ୍କ ସହାୟତାରେ ମମତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଗୁରୁତର ହେବାରୁ ତାଙ୍କୁ ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ନାବାଳିକା ଜଣଙ୍କ ମେଡିକାଲରେ ଶିଶୁ ବିଭାଗର ଆଇସିୟୁ ରେ ଚିକିତ୍ସିତ ହେଉଥିଲେ ।
Posted inଆମ ଜିଲା ଖବର, ଗଞ୍ଜାମ, ମନୋରଞ୍ଜନ, ରାଜ୍ୟ