ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ ହେବାର ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ପୂର୍ବତନ ବୈଦେଶିକ ସଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଉଦ୍‌ବେଗକୁ ଖାରଜ କରିଛନ୍ତି। ୱାଶିଂଟନ ପ୍ରତି ପାଞ୍ଚ ମିନିଟରେ ନୂଆଦିଲ୍ଲୀର ବିଶ୍ୱସ୍ତତା ପରୀକ୍ଷା କରିପାରିବ ନାହିଁ ବୋଲି ସେ କହିଛନ୍ତି।

ପୂର୍ବତନ ବୈଦେଶିକ ମନ୍ତ୍ରୀ କଣ୍ଡୋଲିଜା ରାଇସ ଭାରତ-ଆମେରିକା ସମ୍ପର୍କକୁ ଭାରତ-ଆମେରିକା ପ୍ରତିରକ୍ଷା ତ୍ୱରାନ୍ବିତ ଇକୋସିଷ୍ଟମ (INDUS-X) ରେ ସ୍ଥାୟୀ ଏବଂ ଦ୍ୱିପାକ୍ଷିକ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ଜୋର ଦେଇଛନ୍ତି ଯେ ଯିଏ ହ୍ବାଇଟ ହାଉସକୁ ଆସେ ସେ ଏହି ସମ୍ପର୍କର ମହତ୍ତ୍ୱ ଜାଣନ୍ତି। ୍‌ଯେପରି ଭାରତ କହିଛି, ଦେଶଗୁଡିକ ହ୍ନୈତିକ ସ୍ବାଧୀନତା ଚାହୁଁଛନ୍ତି ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ଏହା ଆମର (ଆମେରିକା ଏବଂ ଭାରତର) ଗଭୀର ଆଗ୍ରହ ଯାହା ଶେଷରେ ଏକ ଶକ୍ତିଶାଳୀ ସହଭାଗୀତା ଆଣିବ।

ଷ୍ଟାନଫୋର୍ଡର ହୁଭର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରାଇସ ରୁଷିଆର ସାମରିକ ଉପକରଣକୁ ଜଙ୍କ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ମସ୍କୋ ଗସ୍ତ ପ୍ରତିରକ୍ଷା ପ୍ରସଙ୍ଗରେ ଅଧିକ ଅଗ୍ରଗତି ଆଣିବ ନାହିଁ। ଆମେରିକା ବିଶ୍ୱାସ କରୁଛି ଯେ ଭାରତ ସହ ସାମରିକ ସହଯୋଗ ବୃଦ୍ଧି କରିବାରେ ଏହା ମନ୍ଥର ହୋଇଛି ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ସୁଯୋଗ ହାତଛଡ଼ା କରିଛି।
ସେ ଏହା ମଧ୍ୟ କହିଛନ୍ତି,ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ତାଙ୍କ ରୁଷିଆର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସୀମାହୀନ ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଅବଗତ ଅଛନ୍ତି ଏବଂ ଏହା ଭାରତ ପାଇଁ ଏକ ବଡ଼ ଆହ୍ବାନ ହୋଇପାରେ।

Share