Categories: ଜାତୀୟ

ସିଏପିଏଫ ଯବାନଙ୍କ ଓପିଏସ ସ୍ବପ୍ନ ଭାଙ୍ଗିଲା…

ନୂଆଦିଲ୍ଲୀ,୯।୭ : ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ(ସିଏପିଏଫ)ର ଲକ୍ଷ ଲକ୍ଷ ଯବାନଙ୍କ ପୁରୁଣା ପେନସନ ପାଇବା ସ୍ବପ୍ନ ଭାଙ୍ଗି ଯାଇଛି। ଚଳିତ ବର୍ଷ ଜାନୁୟାରୀ ୧୧ରେ, ଦିଲ୍ଲୀ ହାଇକୋର୍ଟ ଦେଇଥିବା ସିଏପିଏଫରେ ପୁରୁଣା ପେନସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ହେଉଛି ’ୟୁନିଅନର ସଶସ୍ତ୍ର ବାହିନୀ’। କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ‘ଏନପିଏସ’ କରିବାକୁ କୋର୍ଟ କହିଥିଲେ। ସମସ୍ତ ସୈନିକ ଏବଂ ଅଧିକାରୀ ପୁରୁଣା ପେନସନ ଅଧୀନରେ ଆସିବେ।

ଦିଲ୍ଲୀ ହାଇକୋର୍ଟ, ଜାନୁଆରୀ ୧୧ ରେ ଦେଇଥିବା ରାୟରେ କହିଥିଲେ ଆଠ ସପ୍ତାହ ମଧ୍ୟରେ ଦିଏପିଏଫରେ ପୁରୁଣା ପେନସନ ଲାଗୁ କରାଯିବା ଉଚିତ। ଅଦାଲତର ସେହି ଅବଧି ହୋଲି ସମୟରେ ଶେଷ ହୋଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଯାଇନଥିଲେ, କିନ୍ତୁ କୋର୍ଟରୁ ୧୨ ସପ୍ତାହ ସମୟ ମାଗିଥିଲେ। ବିଶେଷ କଥା ହେଉଛି ହାଇକୋର୍ଟରେ କେନ୍ଦ୍ର ସରକାର ଦେଇଥିବା ଯୁକ୍ତିରେ ଏହା ୧୨ ସପ୍ତାହ ମଧ୍ୟରେ ’ଓପିଏସ’ ଲାଗୁ କରିବା କଥା ଉଲ୍ଲେଖ କରି ନାହାନ୍ତି। କେବଳ ଏହି ପ୍ରସଙ୍ଗରେ ବିଚାର ପାଇଁ ସମୟ ଲୋଡା ଯାଇଥିଲା। ଅର୍ଥାତ୍ ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇପାରନ୍ତି କିମ୍ବା ଆଇନର ଆଭିମୁଖ୍ୟ ମଧ୍ୟରେ ଅନ୍ୟ କୌଣସି ମାର୍ଗ ନେଇପାରନ୍ତି। ହାଇକୋର୍ଟରେ ଆବେଦନ କରି କେନ୍ଦ୍ର ସରକାର ଏହି ସମସ୍ତ ଅଧିକାର ନିଜ ପାଖରେ ରଖିଛନ୍ତି।

Share