ଭୁବନେଶ୍ୱର,୨୨।୪: ଜଳୁଛି ଓଡ଼ିଶା। ସକାଳ ୮ .୩୦ରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଜି ଦିନ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।