ରାଜଧାନୀ ପ୍ରତିଷ୍ଠା ଓ ମହତାବ

ବିପିନ ବିହାରୀ ରାଉତ

 

ରାଜଧାନୀ ଭୁବନେଶ୍ୱରର ଅୟମାରମ୍ଭ ୧୯୪୮ ଏପ୍ରିଲ ୧୩ ତାରିଖରେ ହୋଇଥିଲାବେଳେ ଇତିମଧ୍ୟରେ ୭୫ ବର୍ଷ ଅତିକ୍ରାନ୍ତ ହୋଇଛି। ଏହା ଏବେ ମହାନଗରରେ ପରିଣତ ହୋଇଛି।
ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହା ଏକ ଆଦର୍ଶ ନଗରୀରେ ପରିଣତ ହେବ ବୋଲି କହିଥିଲେ। ସମୟ ଗଡ଼ି ଚାଲିବା ସହିତ ଭୁବନେଶ୍ୱର ଏନ୍‌ଏସିର ରୂପ ବଦଳି ଏହା ମ୍ୟୁନିସିପାଲିଟି ଓ ପରେ ମହାନଗର ନିଗମରେ ପରିଣତ ହୋଇଛି। ୭୬ବର୍ଷରେ ରାଜଧାନୀ ଭୁବନେଶ୍ୱର ପଦାର୍ପଣ କରିଥିଲାବେଳେ ଏହି ଅବସରରେ ରାଜଧାନୀର ନକ୍ସାରେ ବ୍ୟାପକ ପରିବର୍ତ୍ତନ ଘଟିଛି। ରାଜ୍ୟ ସରକାର ୧୯୮୨ରେ ବିଡିଏ ଗଠନ କରିଥିଲେ। ଇତିମଧ୍ୟରେ ଓଡ଼ିଶାର ପ୍ରଥମ ସହର ଭାବରେ ଭୁବନେଶ୍ୱରରେ ପିପି ସ୍କିମ୍‌ କାର୍ଯ୍ୟକାରୀ ହେଉଛି। ଭୁବନେଶ୍ୱର ଉପକଣ୍ଠରେ ମୋଟ ୫୮ଟି ରାଜସ୍ବ ଗ୍ରାମରେ ୪୫ ଟାଉନ ପ୍ଲାନିଂ ସ୍କିମ୍‌ କରି ଏହାକୁ ସହରୀକରଣ ଢାଞ୍ଚାରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ୱର ମହାନଗର ନିଗମର ସବୁଠାରୁ ବଡ଼ ଶପଥ ଥିଲା ଦେଶର ଏକ ନମ୍ବର ସ୍ମାର୍ଟ ସିଟି ମାନ୍ୟତା, ଏଥିପାଇଁ ବିଏମ୍‌ସି ସବୁଆଡ଼ୁ ପ୍ରଶଂସା ମଧ୍ୟ ପାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟିକୁ ସିଟିଜ୍‌ ଆୱାର୍ଡ ମିଳିଛି। ମନ୍ଦିରମାଳିନୀ ସହର ଦେଶର ଏକ ନମ୍ବର ସ୍ମାର୍ଟ ସିଟିରେ ପରିଣତ ହୋଇଛି। ୧୯୪୮ ମସିହାରୁ ବିଜ୍ଞପିତ ଅଞ୍ଚଳ ପରିଷଦରୁ ଯାତ୍ରା ଆରମ୍ଭ କରି ୧୯୭୯ ମ୍ୟୁନିସିପାଲିଟି ମାନ୍ୟତା ପାଇଥିଲା। ପରେ ୧୯୯୪ରେ ମିଳିଥିଲା ମହାନଗର ନିଗମ ଟ୍ୟାଗ୍‌। ୧୯୪୮ଏପ୍ରିଲ ୧୩ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଭୁବନେଶ୍ୱରରେ ରାଜ୍ୟର ନୂଆ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜର୍ମାନ ଆର୍କିଟେକ୍ଟ ରୁଓଟୋ କୋନିଙ୍ଗବର୍ଜର ମୁଖ୍ୟ ବିନ୍ଧାଣି ସାଜି ଭୁବନେଶ୍ୱରର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ସେତେବେଳେ ଭୁବନେଶ୍ୱରର ଜନସଂଖ୍ୟା ଥିଲା ମାତ୍ର ୨୦ ହଜାର। ତେବେ ୨୦୧୧ ଜନଗଣନା ଅନୁଯାୟୀ ଭୁବନେଶ୍ୱରର ଜନସଂଖ୍ୟା ବୃଦ୍ଧି ପାଇ ୮ଲକ୍ଷ ୪୦ ହଜାର ୬୪୩ରେ ପହଞ୍ଚତ୍ଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ଜନସଂଖ୍ୟା ପାଖାପାଖି ୧୫ ଲକ୍ଷ ଟପିଥିବା ଅନୁମାନ କରାଯାଉଛି।
ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ଦୁଇକୋଟି ଟଙ୍କା ଦରକାର ପଡ଼ିଥିଲା। ସେତେବେଳର ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ପାଇଁ ଏହାଥିଲା ବହୁତ ବଡ଼ ସମସ୍ୟାର କଥା। ଏହି ସମୟରେ କେନ୍ଦ୍ରର ତତ୍କାଳୀନ ଅର୍ଥ ବିଭାଗ ମୁଖ୍ୟ ଥିଲେ ଲିୟାକତ୍‌ ଅଲ୍ଲୀ। ସେ ଥିଲେ ମୁସଲିମ ଲିଗ୍‌ର ରାଜନେତା। ତାଙ୍କୁ ଯେତେବେଳେ ମହତାବ ଭେଟି ଅର୍ଥ ମଞ୍ଜୁର ପାଇଁ ସହାୟତା ମାଗିଲେ ସେ ସିଧା ମନା କରିଦେଲେ। ତେବେ ରାଜନୀତିରେ ବେଶ୍‌ ଚତୁର ଚାଣକ୍ୟ ଡ. ମହତାବ ତାଙ୍କର ଟ୍ରମ୍ପ କାର୍ଡ ଖେଳିଥିଲେ। ସେ କହିଥିଲେ ଓଡ଼ିଶା ଏକ ହିନ୍ଦୁ ପ୍ରଦେଶ। ଜଣେ ମୁସଲମାନ ନେତାଙ୍କ ଦ୍ୱାରା ଏହା ଅବହେଳିତ ହେଉଛି ବୋଲି ଭାବନା ଯଦି ଜନସମାଜକୁ ଯିବ ଏହା ଆଦୌ ଗ୍ରହଣୀୟ ହେବନାହିଁ। ତତ୍କାଳ ଅର୍ଥମନ୍ତ୍ରୀ ଲିୟାକତ୍‌ ଅର୍ଥ ମଞ୍ଜୁର କଲେ। ସ୍ବାଧୀନ ଭାରତରେ ଭୁବନେଶ୍ୱର ହିଁ ଏକମାତ୍ର ରାଜଧାନୀ ଯାହାକୁ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଅର୍ଥ ମଞ୍ଜୁର କରିଥିଲେ। ଅନ୍ୟ ସମସ୍ତ ରାଜ୍ୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ନିକଟରୁ ଧାର ସୂତ୍ରରେ ଅର୍ଥ ଆଣି ପରେ ଶୁଝିଛନ୍ତି।
୧୯୪୩ ମସିହା କଟକ ରେଭେନ୍ସା କଲେଜ କ୍ୟାମ୍ପସରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିବାବେଳେ ପରେ ଏହା ଭୁବନେଶ୍ୱରକୁ ଉଠି ଆସିଥିଲା। ୧୯୫୮ ଜାନୁୟାରୀ ୧ରେ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଶିଳାନ୍ୟାସ କଲେ। ୧୯୬୩ ଜାନୁୟାରୀ ୨ରେ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଏହାର ଉଦ୍‌ଘାଟନ କରିଥିଲେ। ନୂଆ ରାଜଧାନୀ ହେବାପରେ ଭୁବନେଶ୍ୱରରେ ବିଧାନସଭା ଚାଲିଲା, ଯାହାକି ପୂର୍ବରୁ କଟକ ରେଭେନ୍ସା କଲେଜର ଆସେମ୍ବ୍ଲି ହଲ୍‌ରେ ବିଧାନସଭା ଚାଲୁଥିଲା। ପ୍ରଥମେ ୟୁନିଟ-୨ ଅଞ୍ଚଳରେ ବିଧାନ ସୌଧ ନିର୍ମାଣ ହେଲା। ସେଠାରେ କିଛିଦିନ ବିଧାନ ସଭା ଚାଲିବା ପରେ ନୂଆ ବିଧାନ ସଭା ବିଲ୍‌ଡିଂ ନିର୍ମାଣ ହେଲା। ୧୬.୪୮ବର୍ଗକିଲୋମିଟର ଅଞ୍ଚଳ ଓ ୨୦ ହଜାର ଜନସଂଖ୍ୟାକୁ ନେଇ ଗୃହନିର୍ମାଣ ଓ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ଓଟୋ.ଏଚ୍‌. କନ୍‌ସିବର୍ଗ ରାଜଧାନୀର ପରିକଳ୍ପନା କରିଥିଲେ। କଳ୍ପନା ଛକରୁ ରାଜଭବନ ଓ ଶିଶୁଭବନରୁ ସତ୍ୟନଗର ଯାଏ ସୀମିତ ଥିଲା ରାଜଧାନୀର ସରହଦ। ସ୍ବାଧୀନ ଭାରତର ପ୍ରଥମ ଯୋଜନାବଦ୍ଧ ସହର ଥିଲା ଭୁବନେଶ୍ୱର। ଯଦିଓ ଏହି ତାଲିକାରେ ଜାମସେଦପୁର ଓ ଚଣ୍ଡୀଗଡ଼ ବି ଥିଲା ହେଲେ ଭୁବନେଶ୍ୱର ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିଲା।
ପୂର୍ବ ଯୋଜନା ମୁତାବକ ମହତାବ ଟ୍ରେନ୍‌ରେ ବୁଦ୍ଧେଶ୍ୱରୀ ଷ୍ଟେଶନ ଆସିଲେ। ଆଉ ସେଇଠୁ ଗୋକୁଳାନନ୍ଦ ଜେନାଙ୍କ ଶଗଡ଼ ଗାଡ଼ିରେ ବଡ଼ଗଡ଼ ସ୍ଥିତ ପତିତପାବନ ଦିଅଁଙ୍କ ପାଖରେ ପହଞ୍ଚତ୍ଲେ। ଯେଉଁଠି ପୂର୍ବରୁ ଭୁବନେଶ୍ୱରବାସୀଙ୍କ ସମେତ ଭିଙ୍ଗାରପୁର ଜମିଦାର ଚୌଧୁରୀ ନୀଳକଣ୍ଠ ଦାସ, ଚୌଧୁରୀ ଗଙ୍ଗାଧର ଦାସ, ବାଲିଅନ୍ତାର ଗାନ୍ଧୀ କୁହାଯାଉଥିବା ଦାଶରଥି ମହାନ୍ତି, ମହାଦେବ ମହାନ୍ତି, ଜୟକୃଷ୍ଣ ସାହୁ, ବଡ଼ଗଡ଼ର ସୁରେନ୍ଦ୍ର ସୁନ୍ଦରାୟ ଉପସ୍ଥିତ ଥିଲେ। ମହତାବ ସମସ୍ତ ସଭାଜନଙ୍କୁ ଆହ୍ବାନ ଦେଇ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଲେ। ଆଉ ସମର୍ଥନ କରିବାକୁ ନିବେଦନ କଲେ। ପତିତପାବନଙ୍କୁ ସାଖୀ ରଖି ପୂରା ରାଜଧାନୀବାସୀ ମହତାବଙ୍କ ପଛରେ ଅଛୁ ବୋଲି ନାରା ଦେଇଥିଲେ। ପରେ ଅରୁଆ ଡାଲମା, ଖଟା ଖାଇ ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାର ମୂଳଦୁଆ ପଡ଼ିଲା। ଆସନ୍ତୁ ନୂଆ ରାଜଧାନୀ ଗଠନରେ ଆମେ ସମସ୍ତେ ସବୁ ଭେଦଭାବ ଭୁଲି ସହାୟତା ଓ ସହଯୋଗର ହାତ ବଢ଼ାଇବା। କଟକର କଳେବରକୁ ଲୋକସଂଖ୍ୟା ନ ସୁହାଇବାରୁ ମହତାବ ନୂଆ ରାଜଧାନୀ ପାଇଁ ଚିନ୍ତା କରିଥିଲେ। ଜମି ପାଇଁ ଟଙ୍କା ନ ଦେବାକୁ ପଡ଼ିବ ବୋଲି ଭୁବନେଶ୍ୱରକୁ ହିଁ ତାଲିକାରେ ସବୁଠୁ ଆଗରେ ରଖାଗଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭୁବନେଶ୍ୱରକୁ ଗୁରୁତ୍ୱ ଦିିଆଯାଇଥିବାରୁ ଏଠାରେ ଏୟାର ଷ୍ଟ୍ରିପ୍‌ ନିର୍ମାଣ ହୋଇସାରିଥିଲା ଓ ଟ୍ରେନ୍‌ ଚଳାଚଳର ସୁବିଧା ଥିଲା, ଯାହାପାଇଁ ପଡ଼ୋଶୀ ରାଜ୍ୟ ଲାଗି ଯୋଗାଯୋଗର ସୁବିଧା ବଡ଼ ଯୁକ୍ତି ରଖିଥିଲା। ଏହା ବ୍ୟତୀତ ଖୋର୍ଦ୍ଧା ଜିଲା ବୀର ପାଇକଙ୍କ ଗଡ଼ କୁହାଯାଉଥିଲା। ତେଣୁ ସବୁ ଦୃଷ୍ଟିରୁ ଭୁବନେଶ୍ୱର ହିଁ ରାଜଧାନୀ ପ୍ରତିଷ୍ଠା ପାଇଁ ଆଗରେ ରହିଥିଲା। ସହଜ ସ୍ବାସ୍ଥ୍ୟସେବା, ଶିକ୍ଷା, ଗମନାଗମନ ବ୍ୟବସ୍ଥାର ସହଜଲଭ୍ୟତା ଆଦି ଲୋକଙ୍କୁ ରାଜଧାନୀମୁହଁା କରିଛି।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri