କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ: ଆଜି ହେବ ଡିଏନ୍‌ଏ  ଟେଷ୍ଟ

ଭୁବନେଶ୍ୱର ୧।୧୦ : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ ରବିବାର ମା ଓ ଶିଶୁର ଡିଏନଏ ପରୀକ୍ଷା ହୋଇଛି ।  ଏ ନେଇ  ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
ଖବର ଅନୁଯାୟୀ, କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ପରିବାର ପକ୍ଷରୁ ଡିଏନଏ ପରୀକ୍ଷା ପାଇଁ ଦାବି କରିଥିଲେ ।
ଶେଷରେ କ୍ୟାପିଟାଲ ଥାନା ପକ୍ଷରୁ ଡିଏନଏ ପରୀକ୍ଷା ପାଇଁପୋଲିସ କୋର୍ଟଙ୍କ ଅନୁମତି ଲୋଡିଥିଲା । ଯାହାକୁ ଆଧାର କରି ରବିବାର ଡିଏନଏ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Share