୧ରୁ ପୂର୍ବାହ୍ନ ୯ରୁ ସନ୍ଧ୍ୟା ୫ ଯାଏ କ୍ୟାପିଟାଲ ହସ୍ପିଟାଲ ଓପିଡି ଖୋଲା

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡି) ସମୟ ପରିବର୍ତ୍ତନ ହୋଇଛି। ଡିସେମ୍ବର ୧ରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ଓପିଡି ଖୋଲା ରହିବ। ତେବେ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବ। ଏଥିଲାଗି ପଞ୍ଜୀକରଣ କାଉଣ୍ଟର ସକାଳ ୮ଟା ୩୦ରୁ ଅପରାହ୍ନ ୧୨ଟା ୩୦ ଏବଂ ଅପରାହ୍ନ ୧ଟା ୩୦ରୁ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ। ଏହି ସୁବିଧା ସପ୍ତାହର ସବୁଦିନ ଉପଲବ୍ଧ ହେବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

Share