ସରକାରଙ୍କ ନାଁରେ ପୁଞ୍ଜିପତି ଅର୍ଥ ବ୍ୟବସ୍ଥାକୁ ଅକ୍ତିଆର କରିନେଉଛନ୍ତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଭାରତର ଅର୍ଥ ବ୍ୟବସ୍ଥାକୁ ସରକାରଙ୍କ ନଁାରେ ପୁଞ୍ଜିପତିମାନେ ଅକ୍ତିଆର କରିନେଉଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ସରକାରଙ୍କ ଉପରେ ନିିର୍ଭର କରୁଛି। ଏହାଛଡ଼ା ଜନସାଧାରଣଙ୍କ ମଧ୍ୟ ଏ କ୍ଷେତ୍ରରେ ଦାୟିତ୍ୱ ରହିଛି। ଯଦି ଆମେ ନୀରବ ରହିବା ଏବଂ ଭୁଲ୍‌ କାମ୍‌ ପାଇଁ ପ୍ରତିବାଦ ନ କରିବା ତା’ହେଲେ ସରକାରଙ୍କ ଯାହା ଇଚ୍ଛାହେବ ତାହା କରିବେ ବୋଲି ଲେଖକ ତଥା ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍‌ତା ପ୍ରକାଶ କରିଛନ୍ତି। ଶୁକ୍ରବାର ସୂଚନା ଭବନଠାରେ ଓଡ଼ିଶା ସ୍ବରାଜ ଅଭିଯାନ ପକ୍ଷରୁ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ପ୍ରତିଯୋଗିତାରେ ଠାକୁର୍‌ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘କ୍ରୋନି ପୁଞ୍ଜିବାଦ’ ଶୀର୍ଷକରେ ଆଲୋଚନା କରିଛନ୍ତି। ଭାରତରେ ଖାଇବା ତେଲଠୁ ନେଇ ବଡ଼ ବଡ ଜିନିଷ କିଭଳି ଘରୋଇକରଣ ହୋଇଯାଉଛି ସେନେଇ ସେ ବିସ୍ତୃତ ଆଲୋଚନା କରିଛନ୍ତି। ହିଣ୍ଡେନବର୍ଗ ରିପୋର୍ଟ ବିଷୟରେ ସେ ଉଲ୍ଲେଖ କରିବା ସହ ଗୌତମ ଆଦାନୀ, ମୁକେଶ ଅମ୍ବାନୀ ଭଳି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ହାତରେ କିଭଳି ଅର୍ଥ ବ୍ୟବସ୍ଥା ପରିଚାଳିତ ହେଉଛି ସେନେଇ ସେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଅନ୍ୟତମ ବକ୍ତା ଭାବେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ରାଜ୍ୟ ଓ କେନ୍ଦ୍ରରେ ଗଣତନ୍ତ୍ରର ଅବସ୍ଥା ଶୀର୍ଷକରେ କହିଛନ୍ତି, ନାରୀ ସମାଜ ପାଇଁ ମୁଖ୍ୟମନ୍ତ୍ରୀ ଶତପଥୀ ପ୍ରେରଣାର ସ୍ରୋତ। କ୍ଷମତାରେ ଥାଇ କେବେ ବି ରାଜନୀତିକୁ କଳୁଷିତ କରିନାହାନ୍ତି ନନ୍ଦିନୀ ଶତପଥୀ। ତାଙ୍କ ସମୟରେ ସୁପରିଚାଳନାର ଏକ ଅନନ୍ୟ ବାତାବରଣ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରାଜ୍ୟ ଆଉ ଗଣତନ୍ତ୍ରଭିତ୍ତିକ ହୋଇନାହିଁ। ଲୋକତନ୍ତ୍ରରେ ସ୍ବାଧୀନତା ଅଛି କି ନାହିଁ ତାହା ସନ୍ଦେହରେ। ଏଠାରେ ରାଜନେତା ଦରମା ପାଇଁ ରାଜନୀତିରେ ଯୋଗଦେଉଛନ୍ତି। ସେମାନଙ୍କ ଭିତରୁ କିଛି ରାଜନେତା ରାଜନୀତିରେ ଅସ୍ତିତ୍ୱ ହରାଇଛନ୍ତି, ଆଉ କିଛି ଦୂରେଇ ଯାଇଛନ୍ତି। ରାଜନୀତିର ଦୃଶ୍ୟପଟ୍ଟ ବଦଳାଇବାକୁ ହେବ। ଓଡ଼ିଶାରେ ଏବେ ରାଜନୀତି ନାହିଁ। କେବଳ ମ୍ୟାନେଜ୍‌ରେ ଚାଲିଛି। ସେ କେନ୍ଦ୍ର ହେଉ କି ରାଜ୍ୟ। ନିର୍ବାଚିତ ହେଉଥିବା ନେତା ଜୁନିୟର ଅଫିସରଙ୍କୁ ଡରୁଛନ୍ତି ଏବଂ ସାର ବୋଲି କହି ସମ୍ବୋଧନ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଆବାହକ ସୁଧାଂଶୁ ଶେଖର ଦେଓ ସ୍ବାଗତ ଭାଷଣ ଦେଇ ନନ୍ଦିନୀ ଶତପଥୀ କିଭଳି ଜନମାନସରେ ରହିଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଛନ୍ତି। ଓଡ଼ିଶା ସ୍ବରାଜ ଅଭିଯାନର ସିଦ୍ଧାର୍ଥ ସ୍ବରୂପ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri