କ୍ୟାପିଟୋଲ ଆକ୍ରମଣ: ପୋଲିସ ଅଫିସର ନିହତ

ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍‌କୁ କ୍ୟାପିଟୋଲ କମ୍ପ୍ଲେକ୍ସ ବ୍ୟାରିକେଡ୍‌ରେ ଧକ୍କା ଦେବାରୁ ଜଣେ ପୋଲିସ ଅଧିକାରୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହା ପରେ କ୍ୟାପିଟୋଲକୁ ଲକ୍‌ଡାଉନ କରିଦିଆଯାଇଥିଲା। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ଖବର ଅନୁଯାୟୀ ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ନୀଳ ରଙ୍ଗର ଏକ କାର କ୍ୟାପିଟୋଲ କମ୍ପ୍ଲେକ୍ସର ନର୍ଥ ବ୍ୟାରିକେଡ୍‌କୁ ଧକ୍କା ଦେଇଥିଲା। ଏଥିରେ ଓ୍ବିଲିୟମ ବିଲି ଏଭାନ୍ସ ନାମକ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହା ପରେ ଆକ୍ରମଣକାରୀ କାର୍‌ରୁ ବାହାରି ଛୁରିରେ ଅନ୍ୟମାନଙ୍କୁ ଆକ୍ରମଣ ଉଦ୍ୟମ କରୁଥିବାବେଳେ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀ ଇଣ୍ଡିଆନାର ନେଆ ଗ୍ରୀନ୍‌(୨୫) ନ୍ୟାଶନାଲ ଅଫ୍‌ ଇସ୍‌ଲାମର ସମର୍ଥକ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଆକ୍ରମଣ ସହ ଆତଙ୍କବାଦର ସମ୍ପର୍କ ଥିବା ଜଣାପଡ଼ିନାହିଁ।

Share