ଯୁଦ୍ଧ ବନ୍ଦ କରିବାକୁ ପୁଟିନଙ୍କୁ ଅଦ୍ଭୁତ ଅଫର ଦେଲେ ଆମେରିକାର ବିଜନେସ ଓମେନ

ୱାଶିଂଟନ,୪ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ବହୁ ଧନ ଜୀବନ ନଷ୍ଟ ହୋଇଥିଲେ ମଧ୍ୟ ଉଭୟ ଦେଶ ପଛକୁ ହଟିବାକୁ ରାଜି ହେଉ ନାହାନ୍ତି । ଯୁଦ୍ଧ ଶେଷ କରିବାକୁ ଆମେରିକା ସମେତ ଆହୁରି କିଛି ଦେଶ ବହୁ ଚେଷ୍ଟା କରିଥିଲେ ବି ଏହାର ଫଳ ଶୂନ୍ୟ ହୋଇଛି । ରୁଷିଆ କେବେବି ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ ।
ଇତି ମଧ୍ୟରେ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଆମେରିକାର ବିଜନେସ ଓମେନ ତଥା ମଡେଲ କ୍ୟାପ୍ରିସ ବୋରେଟ ଏକ ଭିନ୍ନ ଉପାୟ ଚିନ୍ତା କରିଛନ୍ତି । ସେ କହିଛନ୍ତି, ନଗ୍ନତା ଏବେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଶେଷ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ । ଏହାଦ୍ୱାରା ବହୁ ଅଧିକ ସମ୍ଭାବନା ରହିଛି । ଏଥିପାଇଁ ସେ ରୁଷଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ନ୍ୟୁଡ ଫଟୋ ପଠାଇବାକୁ ପ୍ରସ୍ତୁତ ଅଛନ୍ତି ।
୫୧ ବର୍ଷୀୟା ମଡେଲ କ୍ୟାପ୍ରିସ ବୋରେଟ ମେଫେୟାରରେ ମେଡାକ୍ସ ଟୈୱର୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ରିଚର୍ଡ ଇର୍ଡନଙ୍କୁ କହିଛନ୍ତି, ଯଦି ପୁଟିନ ଏହି ଯୁଦ୍ଧ ବନ୍ଦ କରନ୍ତି ଓ ୟୁକ୍ରେନରୁ ବାହାରି ଆସନ୍ତି, ତେବେ ମୁଁ ତାଙ୍କୁ କିଛି ନ୍ୟୁଡ ଫଟୋ ପଠାଇପାରେ । ବୋରେଟ ଏହି କଥା କହିବା ପରେ ପୁଟିନଙ୍କ ସମାଲୋଚନା ବି କରିଛନ୍ତି । ସେ କହିଛନ୍ତି ମୋତେ ଲାଗୁନାହିଁ ବାସ୍ତବରେ ରୁଷିଆର ରାଷ୍ଟ୍ରପତି ଜୀବିତ ଅଛନ୍ତି । ମୁଁ ଶୁଣିଥିଲି କି ରୁଷିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୋଇଛି, ତେଣୁ ଚିନ୍ତାର ବିଷୟ ଯେ ତାଙ୍କ ସ୍ଥାନ ଏବେ କିଏ ନେବ । ସୂଚନାଯୋଗ୍ୟ, ରୁଷିଆ- ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଗତବର୍ଷ ଫେବୃୟାରୀ ୨୪ ରେ ଆରମ୍ଭ ହୋଇଥିଲା, ଯାହା ଏବେ ବର୍ଷେ ପୂରଣ ହେବାକୁ ଯାଉଛି ।

Share