Advertisement

ଆପଣଙ୍କ ମକର ରାଶି କି? ଖୁସି ନେଇ ଆସୁଛି ନୂଆବର୍ଷ, ଚାକିରି-ବ୍ୟବସାୟରେ ମିଳିବ ଲାଭ; ପଢ଼ନ୍ତୁ ବାର୍ଷିକ ରାଶିଫଳ

ଆସୁଛି ନୂଆବର୍ଷ ୨୦୨୫। ଏହା ମକର ରାଶିର ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ବୃହସ୍ପତିଙ୍କ ପାଇଁ ଏହି ବର୍ଷ ଏମାନଙ୍କୁ ଖୁବ୍‌ ଲାଭ ମିଳିବ। ଆମଦାନୀ କ୍ଷେତ୍ରରେ ଲାଭାନ୍ବିତ ହେବେ। ବ୍ୟବସାୟ ଏବଂ କ୍ୟାରିୟରରେ ଲାଭ ମିଳିବ। ବିବାହିତ ଯୋଡ଼ିଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିବ। ସନ୍ତାନ ପ୍ରାପ୍ତି ସ୍ବପ୍ନ ପୂରଣ ହୋଇପାରେ। ହେଲେ ବର୍ଷ ମଝିରେ କୌଣସି ଶର୍ଟକଟ୍‌ ଚୟନ କରନ୍ତୁ ନାହିଁ। କାରଣ ଆପଣଙ୍କର କ୍ଷତି ହୋଇପାରେ। ଜୁଆ, ଅନଲାଇନ ଗେମିଂରୁ ଦୂରରେ ରହିବା ଭଲ ହେବ। ଘର କିଣିବା ନଚେତ ବିକିବା ସ୍ବପ୍ନ ପୂରଣ ହେବ। ପୈତୃକ ସମ୍ପତ୍ତିରୁ ମଧ୍ୟ ଟଙ୍କା ରୋଜଗାର କରିପାରିବେ।

ମକର ରାଶି ଜାତକଧାରୀଙ୍କ କ୍ୟାରିୟର ବିଷୟରେ କହିଲେ, ନୂଆ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ଭଲ ରହିବ। ସମସ୍ତଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିବାର ଯୋଗ ସୃଷ୍ଟି ହେଉଛି। ବର୍ଷର ପ୍ରାରମ୍ଭିକ ମାସରେ କ୍ୟାରିୟରରେ ସଫଳତା ମିଳିପାରେ। ଗୋଟିଏରୁ ବଳି ଆରେକ ଅବସର ମିଳିପାରେ। ପ୍ରମୋଶନ ସହ ରୋଜଗାର ବଢ଼ିବାର ରାସ୍ତା ଖୋଲିପାରେ। ମେଡିକାଲ, ଓକିଲାତି, ଶିକ୍ଷା ସହ ଜଡ଼ିତ ଥିଲେ ଲାଭାନ୍ବିତ ହେବେ।

ବ୍ୟବସାୟ ବିଷୟରେ କହିଲେ ନୂଆ ବର୍ଷ ଆପଣଙ୍କ ପାଇଁ ଲକି ରହିବ। ହେଲେ ଅଜଥା କଥାରେ କ୍ରୋଧ କରନ୍ତୁ ନାହିଁ। ପାର୍ଟନରଶିପ୍‌ରେ ବ୍ୟବସାୟ କରୁଥିଲେ ରାଗକୁ କଣ୍ଟ୍ରୋଲରେ ରଖନ୍ତୁ। ରାଗିବା ଯୋଗୁ ଧନ ହାନି ହୋଇପାରେ। ଏଣୁ କୌଣସି ପ୍ରକାର ନିର୍ଣ୍ଣୟ ନେଉଥିଲେ ମୁଣ୍ଡ ଥଣ୍ଡା ରଖନ୍ତୁ।

ସ୍ବାସ୍ଥ୍ୟ ବିଷୟରେ କହିଲେ ନୂଆ ବର୍ଷ ମିଶ୍ରିତ ପରିଣାମ ଆଣିବ। ବର୍ଷ ଆରମ୍ଭରେ ସ୍ବାସ୍ଥ୍ୟ ଠିକ୍‌ ରହିବ। ହେଲେ ଜୀବନଚର୍ଯ୍ୟା ଉପରେ ଧ୍ୟାନ ରଖନ୍ତୁ। ଏଥିସହ କୌଣସି କଥାକୁ ନେଇ ମାନସିକ ଚସିନ୍ତା ହୋଇପାରେ। ଏମିତିରେ ଛୋଟ ରୋଗର ଶିକାର ହୋଇପାରନ୍ତି। ଏଣୁ ଯୋଗ, ଧ୍ୟାନ ଆଦି କରିବା ଆରମ୍ଭ କରନ୍ତୁ।