Categories: ଜାତୀୟ

ପଞ୍ଜାବ ବିକାଶ ପାର୍ଟି ଗଠନ କରିବେ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼,୧ ।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ନିଜର ନୂଆ ଦଳର ଘୋଷଣା କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ୟାପଟେନଙ୍କ ନୂଆ ଦଳର ନାମ ରହିବ ‘ପଞ୍ଜାବ ବିକାଶ ପାର୍ଟି’ । ଏହି ଦଳର ଘୋଷଣା କରିବାକୁ ନିକଟରେ ସେ ତାଙ୍କ ନିକଟତମ ନେତାଙ୍କର ଏକ ବୈଠକ ଡାକିବେ । ଏହି ବୈଠକରେ ନବଜୋତ ସିଂ ସିଦ୍ଧୁଙ୍କୁ ବିରୋଧ କରୁଥିବା ନେତାମାନେ ଯୋଗ ଦେବେ । କ୍ୟାପଟେନ ପୂର୍ବରୁ କହି ସାରିଛନ୍ତି ନବଜୋତ ସିଂ ସିଦ୍ଧୁଙ୍କୁ ହରାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ । ଏମିତିକି ତାଙ୍କ ନୂଆ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ସିଦ୍ଧିଙ୍କ ବିରୋଧରେ ଜଣେ ମଜବୁତ ଦାବିଦାରଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଇତିମଧ୍ୟରେ କ୍ୟାପଟେନ ପଞ୍ଜାବର ସମସ୍ତ କୃଷକ ନେତାଙ୍କ ସହ କଥା ହୋଇଛନ୍ତି । ଏହାସହ ଛୋଟ ଛୋଟ ଦଳଙ୍କୁ ମଧ୍ୟ ନିଜ ଆଡକୁ ଆଣିବେ ବେଲି ସେ କହିଛନ୍ତି ।

Share