Categories: ଜାତୀୟ

ଇସ୍ତଫା ଦେବେ କ୍ୟାପଟେନ ଅମରିନ୍ଦର ସିଂ!

ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସର ଫାଟ ଏବେ ପର୍ଯ୍ୟନ୍ତ ପୂରଣ ହେବା ଦେଖାଯାଉନାହିଁ । ଶନିବାର ବିଧାୟକ ଦଳର ବୈଠକ ବସିବା ପରେ ସେଠାକାର ରାଜନୀତି ଆହୁରି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଥିବାରୁ ଏବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ସନ୍ଧ୍ୟା ୫ଟାରେ ସେ ରାଜଭବନରେ ରାଜପାଳଙ୍କୁ ଭେଟିବାକୁ ଥିବା ବେଳେ ଅନୁମାନ କରାଯାଉଛି କି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏପଟେ ବିଧାୟକ ଦଳର ବୈଠକ ସମୟରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କୁ ପାର୍ଟି ହାଇକମାଣ୍ଡ ଚେନ୍ନାଇରୁ ଚଣ୍ଡିଗଡ଼ ଡାକିଛନ୍ତି । ଏହାପରେ ଜାଖଡ ନିଜେ ଟୁଇଟ୍ କରି ବିଧାୟକ ଦଳର ବୈଠକରେ ରାହୁଲ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ହେଲେ କି ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ସେ ଖୋଲାଖୋଲି କିଛି କଥା ହୋଇ ନାହାନ୍ତି । ଅନୁମାନ କରାଯାଉଛି କି ସନ୍ଧ୍ୟା ସୁଦ୍ଧା କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଜାଖଡଙ୍କୁ ହୁଏତ ମୁଖ୍ୟମନ୍ତ୍ରୀ ପଦ ପାଇ ପାରନ୍ତି

Share