Categories: ଜାତୀୟ

ପଞ୍ଜାବ କଂଗ୍ରେସ କଳହରେ ଲାଗିବ ବ୍ରେକ୍‌!

ଚଣ୍ଡିଗଡ଼,୨୨ ।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଉପସ୍ଥିତ ରହିବେ । ପଞ୍ଜାବର ଏଆଇସିସି ପ୍ରଭାରୀ ହରିଶ ରାୱତ କହିଛନ୍ତି ଶୁକ୍ରବାର ସମସ୍ତ କଂଗ୍ରେସ ନେତା ଅମରିନ୍ଦର ସିଂଙ୍କ ନେତୃତ୍ୱରେ ସିଦ୍ଧୁଙ୍କୁ ସ୍ୱାଗତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ସୂଚନା ଦେଇଛନ୍ତି କି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକ, ଏମ୍‌ପି ଓ ଦଳର ବରିଷ୍ଠ ପଦାଧିକାରୀଙ୍କୁ ସକାଳ ୧୦ଟାରେ ଚା’ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହାପରେ ସମସ୍ତେ ନୂଆ ପିପିସିସି ଟିମର ସ୍ଥାପନା ପାଇଁ ପଞ୍ଜାବ କଂଗ୍ରେସ ଭବନ ଯିବାର କାର୍ଯ୍ୟକ୍ରମ ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି କି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପାଖାପାଖି ୬୦ ବିଧାୟକଙ୍କ ଦସ୍ତଖତ ଥିବା ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଏହାସହ ଅଲଗା ପତ୍ର ବି ଲେଖିଛନ୍ତି । ସେ କହିଛନ୍ତି ଏଥିରେ ମୋର କିଛି ନିଜର ସ୍ୱାର୍ଥ ନାହିଁ, ଏହା ଜନହିତର ଏଜେଣ୍ଡା ତେଣୁ ଘରର ସବୁଠାରୁ ବରିଷ୍ଠ ସଦସ୍ୟ ଭାବେ ଆପଣ ନିଶ୍ଚିତ ଆସିବେ । ସୂଚନାଯୋଗ୍ୟ, ସିନ୍ଧୁ ଓ ଅମରି୍‌ନ୍ଦରଙ୍କ ମଧ୍ୟରେ ଲାଗି ରହିଥିବା ତୁତୁମେମେ ଭିତରେ ଦଳର ହାଇ କମାଣ୍ଡ କିଛିଦିନ ପରେ ସିଦ୍ଧୁଙ୍କୁ ପ୍ରଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦେଇଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

Share