Categories: ଜାତୀୟ

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିଲେ । ଏହାପରେ ବୁଧବାର ଅମରିନ୍ଦର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁଭବହିନ କହିଥିଲେ । ଏବେ କଂଗ୍ରେସ କହିଛି ଅମରିନ୍ଦର ତାଙ୍କ ବୟାନର ପୁନର୍ବିଚାର କରନ୍ତୁ । କଂଗ୍ରେସ ନେତା ସୁପ୍ରିୟା ଶ୍ରେନେତ କହିଛନ୍ତି ବରିଷ୍ଠମାନେ ଅଧିକାଂଶ ସମୟରେ ରାଗି ଯାଆନ୍ତି, ହେଲେ ଏମିତି କଥା ସେମାନଙ୍କ ତୁଣ୍ଡରେ ଶୋଭାପାଏ ନାହିଁ । ସୂଚନାଯୋଗ୍ୟ, ଅମରିନ୍ଦର କହିଥିଲେ ପ୍ରିୟଙ୍କା ଓ ରାହୁଲ ମୋ ପିଲାଭଳି, କୌଣସି କଥା ଏମିତି ଶେଷ ହେବା ଉଚିତ ନୁହେଁ । ମୁଁ ଅତ୍ୟନ୍ତ ଦୁଃଖି କାରଣ ରାହୁଲ ଓ ପ୍ରିୟଙ୍କା ନିକଟରେ କୌଣସି ଅନୁଭବ ନାହିଁ । ତାଙ୍କ ପରାମର୍ଶଦାତା ତାଙ୍କୁ ସମ୍ପୂର୍ଣ୍ଣ ଭୁଲ କଥା କହିଛନ୍ତି ଓ ସେମାନଙ୍କୁ ଭୁଲ ବାଟରେ ନେବାକୁ ଚାହୁଁଛନ୍ତି ।

Share