Categories: ଖେଳ

ଅଧିନାୟିକା ଦୌଡ଼ରେ ଆଗୁଆ

ମୁମ୍ବାଇ,୧୩ା୨: ଆର୍‌ସିବି: ଆର୍‌ସିବି ପକ୍ଷରୁ ସ୍ମୃତି ମନ୍ଧାନା, ଏଲିସ୍‌ ପେରୀ ଓ ନ୍ୟୁଜିଲାଣ୍ଡ ଅଧିନାୟିକା ସୋଫି ଡିଭାଇନଙ୍କୁ କିଣାଯାଇଛି। ଅଭିଜ୍ଞତା ଦୃଷ୍ଟିରୁ ମନ୍ଧାନା ଫେବରିଟ୍‌ ଅଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ: ହରମନ୍‌ପ୍ରୀତ କୌରଙ୍କୁ ୧.୮ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଫ୍ରାଞ୍ଚାଇଜ୍‌। ଇଂଲଣ୍ଡର ନାଟଲି ସ୍କିଭରଙ୍କୁ ଦଳ ୩.୨ କୋଟି ଟଙ୍କାରେ କିଣିଥିଲେ ହେଁ ହରମନପ୍ରୀତଙ୍କୁ ଅଧିନାୟିକା ପଦ ମିଳିବା ସମ୍ଭାବନା ଅଧିକ।

ଗୁଜରାଟ ଜାଏଣ୍ଟ୍ସ: ଗୁଜରାଟ ଜାଏଣ୍ଟ୍ସ ଦଳର ଅଧିନାୟିକା ଭାର ଜଣେ ବିଦେଶୀ ଖେଳାଳିଙ୍କୁ ମିଳିପାରେ। ହରଲିନ୍‌ ଦେଓଲ ଏବଂ ସ୍ନେହ ରାଣାଙ୍କ ପରି ଭାରତୀୟ ଖେଳାଳି ଥିଲେ ମଧ୍ୟ ବେଥ୍‌ ମୁନି କିମ୍ବା ଆସ୍‌ଲେ ଗାର୍ଡନରଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟିକା ଦାୟିତ୍ୱ ମିଳିବା ସମ୍ଭାବନା ବେଶି।
ଦିଲ୍ଲୀ କ୍ୟାପିଟାଲ୍ସ: ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ନିକଟରେ ମେଗ୍‌ ଲାନିଙ୍ଗ୍‌, ଜେମିମା ରୋଡ୍ରିଗୁଏଜ ଏବଂ ଶେଫାଳି ବର୍ମାଙ୍କ ପରି ଖେଳାଳି ଥିଲେ ହେଁ ଲାନିଙ୍ଗ୍‌ ଏହି ତାଲିକାରେ ଆଗୁଆ ଅଛନ୍ତି।

ୟୁପି ଓ୍ବାରିୟର୍ସ: ୟୁପି ଓ୍ବାରିୟର୍ସ ୨.୬ କୋଟି ଟଙ୍କାରେ ଦୀପ୍ତି ଶର୍ମାଙ୍କୁ କିଣିଛି। ଅଭିଜ୍ଞ ଖେଳାଳି ଦୀପ୍ତି ଅଧିନାୟିକା ଦୌଡ଼ରେ ଆଗୁଆ ରହିଥିବା ବେଳେ ସୋଫି ଏକେଲଷ୍ଟୋନ ଏବଂ ଟାହଲିଆ ମ୍ୟାକ୍‌ଗ୍ରାଥଙ୍କ ପରି ଖେଳାଳି ମଧ୍ୟ ସାମିଲ ଅଛନ୍ତି।

Share