ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଧୋନିଙ୍କ ପ୍ରଶଂସକ, ମାହିଙ୍କ ସହ ଖେଳିଲେ ଗଲ୍ଫ

ଓ୍ବାଶିଂଟନ୍‌,୮।୯: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ଧୋନି କ୍ରିକେଟ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ, ସେ ଏହି ଖେଳ ବ୍ୟତୀତ, ଅନ୍ୟାନ୍ୟ ଅନେକ ଖେଳକୁ ମଧ୍ୟ ପସନ୍ଦ କରନ୍ତି। ଧୋନିଙ୍କର ପ୍ରଥମ ପ୍ରେମ ହେଉଛି ଫୁଟବଲ। ଏହା ବ୍ୟତୀତ ସେ ଟେନିସ ଏବଂ ଗଲ୍ଫକୁ ମଧ୍ୟ ପସନ୍ଦ କରନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନିକଟରେ ଆମେରିକାର ଓପନ ଟେନିସ ଟୁର୍ନାମେଣ୍ଟରେ କାର୍ଲୋସ ଅଲକାରାଜର ମ୍ୟାଚ ଦେଖିବା ପାଇଁ ପହଞ୍ଚିଥିଲେ। ବର୍ତ୍ତମାନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଧୋନି ଆଜିକାଲି ଆମେରିକାରେ ଅଛନ୍ତି । ୟୁଏସ ଓପନ ମ୍ୟାଚ ଦେଖିବା ବ୍ୟତୀତ ସେ ଗଲ୍ଫ ମଧ୍ୟ ଉପଭୋଗ କରୁଛନ୍ତି। ଏହି ସମୟରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଧୋନିଙ୍କ ସହ ମଧ୍ୟ ନଜର ଆସିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହୋଇଛି।

Share