ଲର୍ଡସ,୧୬।୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଚିନ୍ତା ବଢିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ରନ୍ କରିବାରେ ବିଫଳ ହୋଇଛନ୍ତି। ଲର୍ଡସ ଟେଷ୍ଟର ପ୍ରଥମ ଇନିଂରେ ସେ ୪୧ ରନ୍ର ପାଳି ଖେଳିଥିବାବେଳେ ଦ୍ୱିତୀୟ ଇନିଂସ କଭର ଡ୍ରାଇଭ୍ ଖେଳିବାକୁ ଯାଇ ସେ ୨୦ ରନ୍ରେ ଆଉଟ୍ ହୋଇଥିଲେ। ପରେ ସେ ଆଉଟ୍ ହୋଇ ବିରକ୍ତି ପ୍ରକାଶ କରି ଡ୍ରେସିଂ ରୁମ୍କୁ ଫେରିଥିଲେ। ଡ୍ରେସିଂ ରୁମ୍ରେ ସେ ରାଗିକି ଟାଓ୍ବେଲ୍ ମଧ୍ୟ ଫୋପାଡି ଦେଇଥିଲେ। ଏହି କାରଣରୁ ସୋସିଆଲ ମିଡିଆରେ କୋହଲିଙ୍କୁ ଟ୍ରୋଲ କରାଯାଉଛି। ଜଣେ ୟୁଜର୍ସ ଲେଖିଛନ୍ତି ଏମିତି କଲେ ଫର୍ମ ଫେରି ଆସିବ ନାହିଁ। ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ସବୁବେଳେ କୋହଲି ସମାନ ଭୁଲ କରୁଛନ୍ତି।