Posted inଖେଳ

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୨୪ ସଂସ୍କରଣରେ ତୃତୀୟ ଓଭର ହାର ଅପରାଧ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଯଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍‌ କରାଯାଇଥିଲା।
ଓଭର ହାର ଅପରାଧ ଲାଗି ୨୫ରୁ ୭୫ ପ୍ରତିଶତ ମ୍ୟାଚ ଫି’ କାଟ କରାଯିବା ସହ ଆଗାମୀ ୩ ବର୍ଷ ଲାଗି ଡିମେରିଟ ପଏଣ୍ଟକୁ ହିସାବକୁ ନିଆଯିବ। ଦ୍ୱିତୀୟ ଅପରାଧ ଯଦି ଗୁରୁତର ହୋଇଥାଏ, ତେବେ ଅଧିନାୟକଙ୍କୁ ୪ ଡିମେରିଟ ପଏଣ୍ଟ ଦିଆଯିବ। ଡିମେରିଟ ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଲେ ମ୍ୟାଚ୍‌ ରେଫରୀ ଶତ ପ୍ରତିଶତ ମ୍ୟାଚ୍‌ ଫି’ କାଟ କରିପାରନ୍ତି କିମ୍ବା ଅତିରିକ୍ତ ଡିମେରିଟ ପଏଣ୍ଟ ଦେଇପାରନ୍ତି। ଏହି ଡିମେରିଟ ପଏଣ୍ଟ ଭବିଷ୍ୟତରେ ମ୍ୟାଚ୍‌ ବ୍ୟାନ୍‌ରେ ପରିଣତ ହୋଇପାରେ। କିନ୍ତୁ ଧିମା ଓଭର ହାର କ୍ଷେତ୍ରରେ ମ୍ୟାଚ୍‌ ବ୍ୟାନ୍‌ କରାଯିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ବଡ଼ ବିଜୟ

ଅକ୍‌ଲାଣ୍ଡ, ୨୧ା୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ପାକିସ୍ତାନ ୯ ଉଇକେଟରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ଦ୍ୱାରା ପ୍ରଦତ୍ତ ୨୦୫ ରନର ଟାର୍ଗେଟକୁ...

ମହସିନଙ୍କ ସ୍ଥାନରେ ଶାର୍ଦ୍ଦୂଳ

ନୂଆଦିଲ୍ଲୀ,୨୧ା୩: ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଅଲରାଉଣ୍ଡର ଶାର୍ଦ୍ଦୂଳ ଠାକୁର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)ରେ ଯୋଗଦେବାକୁ ଯାଉଛନ୍ତି। ଠାକୁର ୨୦୨୫...

IPL 2025 ପ୍ଲେଅଫକୁ ନେଇ ୧୦ କ୍ରିକେଟ ବିଶେଷଜ୍ଞ କଲେ ଭବିଷ୍ୟବାଣୀ, CSK-RCBକୁ ବାହାରେ ରଖିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୧।୩: IPL ୨୦୨୫ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଏହା ପୂର୍ବରୁ ବିଶେଷଜ୍ଞମାନେ ପ୍ଲେଅଫ ଦୌଡ଼ ବିଷୟରେ ସେମାନଙ୍କର ଭବିଷ୍ୟବାଣୀ କରିଛନ୍ତି।...

IPL 2025 ପାଇଁ ଆସିଲା ନୂଆ ନିୟମ, ଏବେ ଓ୍ବାଇଡ଼-ନୋ ବଲରେ ହେବ ନାହିଁ ବିବାଦ! BCCI ଆଣିଲା ନୂଆ ଟେକନିକ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗରେ ଆଉଟ-ନଟ ଆଉଟ କିମ୍ବା ଅନ୍ୟାନ୍ୟ ନିଷ୍ପତ୍ତିରେ ଯେପରି ତ୍ରୁଟିର ସୁଯୋଗ ନ ଥାଏ, ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ବଡା ପାଓ୍ବ, ବିଲ ଗେଟ୍ସଙ୍କୁ ବି ପସନ୍ଦ…

ନୂଆଦିଲ୍ଲୀ,୨୧।୩: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସନ୍ତି। ତାଙ୍କୁ ପୂର୍ବରୁ ମଧ୍ୟ ଏଠାରେ ଦେଖାଯାଇଥିଲା, ମଜାଦାର...

କୋର୍ଟକୁ ଯିବା ପୂର୍ବରୁ କାହିଁକି ଚିତ୍କାର କରିଥିଲେ ଚହଲଙ୍କ ଏକ୍ସ ଓ୍ବାଇଫ, ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୧।୩: ବାନ୍ଦ୍ରା କୋର୍ଟ ଯାଉଥିବା ସମୟରେ ଧନଶ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରକାଶିତ କ୍ଲିପରେ, ଭିଡ଼ ଯୋଗୁଁ ଜଣେ ମହିଳା...

Rohit Sharmaଙ୍କ ସ୍ବର ବ୍ୟବହାର କଲା ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜ, ରାଗିଗଲେ ଭାରତୀୟ ପ୍ରଶଂସକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୩: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ ନିକଟରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ଇଂରାଜୀର ମଜା ଉଡାଇବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ।...

୧୩୦ ବର୍ଷର ଇତିହାସରେ ପ୍ରଥମଥର, IOC ମହିଳା ଅଧ୍ୟକ୍ଷ ହେଲେ କ୍ରିଷ୍ଟି କୋଭେଣ୍ଟ୍ରି, ଶୁଭକାମନା ଜଣାଇଲେ ଜୟ ଶାହା

ନୂଆଦିଲ୍ଲୀ,୨୧।୩: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସଭାପତି ଜୟ ଶାହ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (IOC)ର ନବନିର୍ବାଚିତ ସଭାପତି କ୍ରିଷ୍ଟି କୋଭେଣ୍ଟ୍ରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିଷ୍ଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image