Advertisement
Categories: ଖେଳ

IPL 2025 ପାଇଁ ୧୦ ଦଳର ଅଧିନାୟକ ଫାଇନାଲ: ନୂଆ କ୍ୟାପଟେନ୍‌ ସହିତ ମଇଦାନକୁ ଓହ୍ଲାଇବେ ୫ ଦଳ

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଗାମୀ ସିଜିନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜିନ ଅର୍ଥାତ୍‌ IPL ୨୦୨୫ରେ ମୋଟ ପାଞ୍ଚଟି ଦଳ ନୂତନ ଅଧିନାୟକଙ୍କ ସହିତ ମଇଦାନକୁ ଓହ୍ଲାଇବେ। ଏବେ ସମସ୍ତ ୧୦ଟି ଦଳର ଅଧିନାୟକ ନିଶ୍ଚିତ ହୋଇସାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି। ଏହା ସହିତ ସମସ୍ତ ୧୦ଦଳର ଅଧିନାୟକ ନିଶ୍ଚିତ ହୋଇଯାଇଛନ୍ତି।

ଆଇପିଏଲ ୨୦୨୫ରେ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପରଜାଏଣ୍ଟସ୍‌, ପଞ୍ଜାବ କିଙ୍ଗସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ନୂତନ ଅଧିନାୟକଙ୍କ ସହିତ ପ୍ରବେଶ କରିବେ। ଦିଲ୍ଲୀ ଦଳର ନେତୃତ୍ୱ ଅକ୍ଷର ପଟେଲଙ୍କୁ ଦେଇଛି, ଲକ୍ଷ୍ନୌ ରିଷଭ ପନ୍ତଙ୍କୁ ଦେଇଛି, ପଞ୍ଜାବ କିଙ୍ଗସ ଶ୍ରେୟସ ଆୟରଙ୍କୁ ଦେଇଛି, ଆରସିବି ରଜତ ପତିଦାରଙ୍କୁ ଦେଇଛି ଏବଂ କେକେଆର ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦେଇଛି।

ସମସ୍ତ ୧୦ଦଳର ଅଧିନାୟକଙ୍କ ତାଲିକା
୧. ଦିଲ୍ଲୀ କ୍ୟାପିଟାଲ୍ସ- ଅକ୍ଷର ପଟେଲ
୨. ସନରାଇଜର୍ସ ହାଇଦ୍ରାବାଦ- ପ୍ୟାଟ କମିନ୍ସ
୩. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ରଜତ ପତିଦାର
୪. ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ
୫. ପଞ୍ଜାବ କିଙ୍ଗ୍ସ- ଶ୍ରେୟସ ଆୟର
୬. ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌- ରିଷଭ ପନ୍ତ
୭. ମୁମ୍ବାଇ ଇଣ୍ଡିଆନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା
୮. କୋଲକାତା ନାଇଟ ରାଇଡର୍ସ- ଅଜିଙ୍କ୍ୟ ରାହାନେ
୯. ଗୁଜରାଟ ଟାଇଟାନ୍ସ- ଶବମନ ଗିଲ
୧୦. ଚେନ୍ନାଇ ସୁପର କିଙ୍ଗ୍ସ- ଋତୁରତ ଗାୟକୱାଡ