କ୍ୟାପଟେନ୍‌ଙ୍କ ପ୍ଲାନ୍‌ ବି,ସଂସଦ ଭଙ୍ଗ-୯୦ ଦିନ ମଧ୍ୟରେ ନିର୍ବାଚନ…

ଇସଲାମାବାଦ, ୩।୪ : ପାକିସ୍ତାନରେ କ୍ୟାପଟେନ୍‌ଙ୍କ ପ୍ଲାନ୍‌ ବି କାମ ଦେଇଛି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଛି। ଏହା ଦ୍ୱାରା ବିରୋଧୀ ଶିବିରରେ ନିରାଶ ଖେଳିଯାଇଛି। ସମ୍ବିଧାନର ଧାରା ୫୮ ଅନ୍ତର୍ଗତ ଇମ୍ରାନ୍‌ ସଂସଦ ଭଙ୍ଗ କରାଯାଇ ପୁଣି ନିର୍ବାଚନ ଲାଗି ପ୍ରସ୍ତାବ ଦେଇଥିଲେ।

ରାଷ୍ଟ୍ରପତି ଆରିଫ ଅଲ୍ବୀ ଜାତୀୟ ଆସେମ୍ବ୍ଲି ଏବଂ ସମସ୍ତ ପ୍ରାନ୍ତୀୟ ବିଧାନସଭାକୁ ଭଙ୍ଗ କରି ୯୦ ଦିନ ମଧ୍ୟରେ ପୁଣି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଇମ୍ରାନ୍‌ଙ୍କ ଧାରା ୫୮ ଆଗରେ ବିରୋଧିଙ୍କ ଧାରା ୯୫ ଅନ୍ତର୍ଗତ ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଫିକା ପଡ଼ି ଯାଇଛି।

ଇମ୍ରାନ୍‌ଙ୍କ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ପ୍ଲାନ୍‌ ବି ଆଧାରରେ ଇମାନ୍‌ଙ୍କୁ ସୁରକ୍ଷିତ ରଖି ବାକୁ ସକ୍ଷମ ହୋଇଛନ୍ତି।
ସଂସଦର ପରବର୍ତ୍ତୀ ବୈଠକ ଏପ୍ରିଲ୍‌ ୨୫ରେ ଅନୁଷ୍ଠିତ ହେବ ବୋଲି ଉପବାଚସ୍ପତି କାସିମ ଖାଁ ସୁରୀ ସୂଚନା ପ୍ରଦାନ କରିଛନ୍ତି।

Share