Categories: ଫୁରସତ

ଭୟଙ୍କର ଦୁର୍ଘଟଣା: କାର୍‌ ଧକ୍କାରେ ୨୦ ଫୁଟ ଉପରକୁ ଉଠିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଲୋକମାନେ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଏବଂ ରାସ୍ତାରେ ଚାଲିବା ସମୟରେ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତଥାପି ପ୍ରତିବର୍ଷ ଲକ୍ଷ ଲକ୍ଷ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ସୋସିଆଲ ମିଡିଆରେ କିଛି ଦୁର୍ଘଟଣାର ଭୟଙ୍କର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଦୁର୍ଘଟଣାର ଭୟଙ୍କର ଭିଡିଓ ଦେଖିବାକୁ ମିଳିଛି। ଯାହା ପୂର୍ବରୁ କେବେ ଦେଖି ନ ଥିବେ।

 

ଭିଡିଓଟି @ViciousVideos ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ ଦେଖିବେ ରାଜପଥରେ କାର୍‌ଗୁଡ଼ିକ ଖୁବ୍‌ ଦ୍ରୁତଗତିରେ ଯାଉଛନ୍ତି। ଏହି ସମୟରେ ଏକ କାର୍‌ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରରେ ବସିଥିବା ବ୍ୟକ୍ତି ପ୍ରାୟ ୨୦ ଫୁଟ ଉଚ୍ଚକୁ ଉଠିଯାଇ ରାଜପଥ ବାହାରେ ଖସିପଡ଼ିଥିଲେ। ଏହା ଦେଖି ଲୋକେ ଭୟରେ ଥରି ଉଠିଥିଲେ। ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ୟୁଜର କ୍ୟାପଶନରେ ଚେତାବନୀ ଦେଇଛନ୍ତି, ସବୁବେଳେ ସିଟ୍‌ ବେଲ୍ଟ ପିନ୍ଧନ୍ତୁ। କାରଣ ଯଦି ଏହି ବ୍ୟକ୍ତି ସିଟ୍‌ ବେଲ୍ଟ ପିନ୍ଧିଥାନ୍ତେ, ସେ ବୋଧହୁଏ ଏତେ ଉଚ୍ଚକୁ ଯାଇ ନ ଥାନ୍ତେ।

Share